June 27, 2026

ଗୋଲିଆ ଗାଁ ସ୍କୁଲ ରାସ୍ତାରେ ପାଣି , ପ୍ରତିକାର ଦାବି 

IMG-20260627-WA0081
Share

ବୁଗୁଡ଼ା : ତା ୨୭/୦୬/୨୬ : ସ୍କୁଲ ରାସ୍ତାରେ ପାଣି ଜମି ରହୁଛି , ବର୍ଷା ହେଲେ ସାରା ରାସ୍ତାରେ କାଦୁଅ ପଚ ପଚ ହେବା ସହ ପାଣିର ସ୍ରୋତ ବହୁଛି l ଗୋଳିଆ ପାଣିରେ ପଶି ପିଲାଙ୍କୁ ସ୍କୁଲ ଯିବାକୁ ପଡୁଛି। ଏମିତି ଦୃଶ୍ୟ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଦେଖିବାକୁ ମିଳୁଛି l ଗୋଲିଆ ଗାଁ ନୂଆଁସାହିରେ ସରକାରୀ ପ୍ରାଥମିକ ବିଦ୍ୟାଳୟଟିଏ ରହିଛି l ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପଢୁଛନ୍ତି। ତେବେ ବର୍ଷା ସମୟରେ ସ୍କୁଲ ସମ୍ମୁଖରେ ପାଣି ଜମି ରହୁଥିବାରୁ କୋମଳମତି ଶିଶୁମାନେ ସ୍କୁଲକୁ ଯିବା ଆସିବା ସମୟରେ କାଦମାଟି ହୋଇ ଯାଉଛନ୍ତି। ଏହା ଛଡ଼ା ଗାଡି ଛିଟିକା ପଡି ସେମାନଙ୍କ ଡ୍ରେସ ଖରାପ ହୋଇ ଯାଉଛି। ଏଣୁ ପ୍ରଶାସନର ଦୃଷ୍ଟିଆଢୁଆଳରେ ରହିଥିବା ଏହି ସମସ୍ଯାର ତୁରନ୍ତ ପ୍ରତିକାର ବ୍ଯବସ୍ଥା ପାଇଁ ଦାବି ହେଉଛି।