ତିର୍ତ୍ତୋଲ ବିଧାୟକ ଗୋଟିଏ ପ୍ରକଳ୍ପ କୁ ଦୁଇ ଜଣଙ୍କ ନାମରେ କାର୍ଯ୍ୟାଦେଶ ସୁପାରିଶ କୁ ନେଇ ସନ୍ଦେହ ସୃଷ୍ଟି ….. ??

ତିର୍ତୋଲ :-
ବିଧାୟକ ଇଂ. ରମାକାନ୍ତ ଭୋଇ ଙ୍କ କାର୍ଯ୍ୟ କଳାପ କୁ ନେଇ,ତିର୍ତ୍ତୋଲ ବ୍ଲକ ସାରା ଚର୍ଚ୍ଚା ଚାଲିଛି!ଜଣେ ଉଚ୍ଚଶିକ୍ଷା ପ୍ରାପ୍ତ ବିଧାୟକ ଏପରି ଚିନ୍ତାଧାରା ନେଇ କିପରି ବିବାଦ ଘେରକୁ ଆସିଲେ ?ଏହା ପଛରେ କିଛି ହାତ ସଫେଇ ର କରିସ୍ମା ନାହିଁ ତ….? ତେବେ ଗୋଟିଏ ପ୍ରକଳ୍ପ କୁ ଦୁଇ ଜଣଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କଲେ କିପରି ? ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତର ହାଜି ଶେଖ ସମ୍ମିରୁଦ୍ଦିନ ସରକାରୀ ବିଦ୍ୟାଳୟ ର ମରାମତି ଓ ମେଣ୍ଟେନାନ୍ସ ପାଇଁ ଆସିଥିବା କାମକୁ ଚିଠା ନମ୍ବର ୧୨୬୮ – ୧୭/୦୬/୨୬ ତାରିଖରେ ଅବଦୁଲ ନଜିମ୍ ନାମରେ କାର୍ଯ୍ୟାଦେଶ ସୁପାରିଶ ହୋଇଥିବା ବେଳେ, ସେହି କାର୍ଯ୍ୟକୁ ଚିଠା ନମ୍ବର ୧୧୨୦ – ୨୬/୦୪/୨୬ ତାରିଖରେ ଅସୀମ ଅଲ୍ଲୀ ଖାନ ନାମରେ କାର୍ଯ୍ୟାଦେଶ ସୁପାରିଶ କରା ଯାଇଥିଲା । ସେହିପରି ଆଖୁନ ମହଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମରାମତି ଓ ମେଣ୍ଟେନାନ୍ସ କାର୍ଯ୍ୟ କୁ ଚିଠା ନମ୍ବର ୧୨୬୭ – ୧୭/୦୬/୨୬ ତାରିଖରେ ଅବଦୁଲ ନଜିମ୍ ନାମରେ କାର୍ଯ୍ୟାଦେଶ ସୁପାରିଶ ଥିବାବେଳେ, ଉକ୍ତ କାର୍ଯ୍ୟ କୁ ଚିଠା ନମ୍ବର ୧୧୨୧ – ୨୬/୦୪/୨୬ ତାରିଖରେ ସିରାଜ ଉଦ୍ଦିନ ଖାନ ନାମରେ କାର୍ଯ୍ୟାଦେଶ ସୁପାରିଶ କରାଯାଇ ଥିଲା । ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ଏବେ ସନ୍ଦେହ ଘେରରେ । କୋଉ କାର୍ଯ୍ୟାଦେଶ ଟା ସଠିକ କୋଉଟା ବେଠିକ ସ୍ଥିର କରିବା ମୁସ୍କିଲ ହେଇ ଯାଉଛି । କାମ କରୁନି ବିଭାଗୀୟ କନିଷ୍ଠଯନ୍ତ୍ରୀ ଙ୍କ ମୁଣ୍ଡ । ବାସ୍ତବରେ ଏହି ପ୍ରୋଜେକ୍ଟ ଅଛି କି ନାହିଁ ତାହା ଏବେ ସନ୍ଦେହ ଭିତରେ ବିଶ୍ରାମ କରିଛି ବୋଲି ବ୍ଲକ ପ୍ରଶାସନ ସୂତ୍ରରୁ ପ୍ରକାଶ । ଅପରପଟେ ବିଧାୟକ ଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯାଇଛି ଯେ ବିଗତ ରାଜ୍ୟସଭା ନିର୍ବାଚନ ପାଇଁ କ୍ରସ ଭୋଟିଂ କରି ବିଧାୟକ ଭୋଇ ଙ୍କ ଭେଜା ଦୋହଲି ଯାଇଛି । ଯାହା ଫଳରେ ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି । ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ ବିଧାୟକ ମହାଶୟ ଏହି କାର୍ଯ୍ୟାଦେଶ ପାଇଁ ଯାହାଠାରୁ ମୋଟା ଅଙ୍କର ମାଲ ପାଇ ଛନ୍ତି, ତାଙ୍କୁ ହିଁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ସନ୍ଦେହ କରାଯାଉଛି ଯେ ଏହି କାର୍ଯ୍ୟ ପାଇଁ ତୃତୀୟ ପକ୍ଷ ବି ଥାଇ ପାରେ ।ରାଜନୈତିକ ଅଛିଣ୍ଡା ସମୀକରଣ କୁ ବୁଝିବାକୁ କାହାରି ବୁଦ୍ଧି କାମ କରୁ ନଥିବା ବେଳେ, କାର୍ଯ୍ୟାଦେଶ ପାଇଥିବା ଦୁଇ ଠିକାଦାର ଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବାକବିତଣ୍ଡା । ତେବେ ଦେଖିବାର ଅଛି ବିଧାୟକ ଙ୍କ ବିବାଦୀୟ କାର୍ଯ୍ୟାଦେଶ ପାଇଁ କାମ କରୁଛି କିଏ……..???( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
