August 26, 2026

ଭିଜିଲାନ୍ସ ଜାଲରେ ପୂର୍ବତନ ଟିଡିସିସିଏଲ ର ଜିଏମ ରୋହିତ କୁମାର ପରିଡ଼ା

Share

ଭିଜିଲାନ୍ସ ଜାଲରେ ପୂର୍ବତନ ଟିଡିସିସିଏଲ ର ଜିଏମ ରୋହିତ କୁମାର ପରିଡ଼ା

ପାରଳାଖେମୁଣ୍ଡି (ଆ. ପ୍ର)ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଟିଡିସିସିଏଲର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା | ଭୁବନେଶ୍ବରବକୁ ଯାଉଥିବା ବେଳେ ଚନ୍ଦ୍ରଗିରି ନିକଟରେ ବସ୍ ଅଟକାଇ ଭିଜିଲାନ୍ସ ଟିମ୍ ଧରିଛି । ତାଙ୍କଠାରୁ ନଗଦ ୫.୫୪ ଲକ୍ଷ ଟଙ୍କା ଜବତ କରାଯାଇଛି। ସୂଚନା ଅନୁସାରେ ଭିଜିଲାନ୍ସର ବିଭାଗର ଏକ ଦଳ ୩୧ ତାରିଖ ଦିନ ଆର୍ ଉଦୟଗିରି ଟିଡିସିସିଏଲ(ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ)ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଯାତ୍ରା କରୁଥିବା ବସକୁ ଚନ୍ଦ୍ରଗିରିରେ ଅଟକାଇ ଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ଟଙ୍କା ୫.୫୪ ଲକ୍ଷ ଟଙ୍କା ମିଳିଥିଲା। ଏତେ ପରିମାଣର ଟଙ୍କା ସେ କେଉଁଠୁ ଆଣିଲେ ବୋଲି ପଚାରିବାରୁ ତାର ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ l ଏ ଘଟଣା କୁ ନେଇ ଅଧିକ ତଦନ୍ତ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଶ୍ରୀ ପରିଡ଼ାଙ୍କର ଏକକାଳୀନ ତିନିଟି ସ୍ଥାନରେ ଚଢ଼ଉ କରାଯାଇଥିଲା ଚଢ଼ାଉ ରୁ କଣ ସବୁ ପାଇଲେ ସେ ନେଇ ଭିଜିଲାନ୍ସ ବିଭାଗ ସ୍ପଷ୍ଟ କରି ନାହାନ୍ତି।

You may have missed