November 26, 2024

ଆନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର ମୋହନା ଶାଖା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Share

ଆନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର ମୋହନା ଶାଖା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି:୩୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ସ୍ଥିତ ପଞ୍ଚାୟତ ବୈଠକ ଗୃହ ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ଦ୍ୱାରା ସମ୍ବର୍ଦ୍ଧନା ଉତ୍ସବ ମୋହନା ଶାଖା ତରଫରୁ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୋହନା ଥାନା ଏ ଏସ ଆଇ ନିଳ ମାଧବ ରେଡୀ , ଶ୍ରୀ ପ୍ରଫୁଲ୍ଲ ଲିମା , ସଭାପତି , ଦଳିତ ଖ୍ରୀଷ୍ଟଆନ ସଂଘ ଓ ସମାଜସେବୀ , ଗଜପତି ଜିଲ୍ଲାର ସଭାନେତ୍ରୀ ଜୟନ୍ତୀ ପଟ୍ଟନାୟକ ଓ ସଭାପତି ଏଲ.ଟି ଦେବେନ୍ଦ୍ର ନାୟକ ମଞ୍ଚାସିନ ହୋଇଥିଲେ।
ସଭା କାର୍ଯ୍ୟ ପରିଚାଳନା ଦେବେନ୍ଦ୍ର ନାୟକ କରିଥିଲେ।
ଗଜପତି ଜିଲ୍ଲାର ଡଃ. ଆଲୋକ କୁମାର ‌ବୋଷ , ଅଧ୍ୟକ୍ଷଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଠାରେ ଗତ ୨୩.୦୭.୨୦୨୩ ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ଼ ଏବଂ ରାଜସ୍ଥାନ , ଜୟପୁର ଠାରେ ୧୫ .୦୮.୨୦୨୩ ସ୍ୱାଧୀନତା ଦିବସ ବିଶ୍ୱ ରେକର୍ଡ ଉତ୍ସବରେ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ପାଇଁ ଡଃ .ଆଲୋକ କୁମାର ବୋଷ , ଅଧ୍ୟକ୍ଷଙ୍କୁ ସମ୍ମାନିତ କରାଯାଇଥିଲା। ମୋହନା ଥାନା ଏ ଏସ ଆଇ ଓ ମୋହନା ଟିମ୍ ଙ୍କ ଦ୍ୱାରା ଡଃ ଆଲୋକ କୁମାର ବୋଷଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୋହନା ଥାନା ଅଧିକାରୀ ରେଡୀ କହିଥିଲେ ଯେ ଡଃ. ଆଲୋକ ବୋଷ ମାନବିକ ଅଧିକାର ଦ୍ୱାରା ସମାଜର ପରିବର୍ତ୍ତନ ଆଣିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସମ୍ମାନିତ ହୋଇଛନ୍ତି। ସେହିପରି ପ୍ରଫୁଲ୍ଲ ଲିମା କହିଥିଲେ ଡଃ.ଆଲୋକ ବୋଷ ଙ୍କ ସଂଘର୍ଷ ଓ ଚେଷ୍ଟା ରେ ଜାତୀୟ ଓ ଅର୍ନ୍ତଜାତୀୟ କ୍ଷେତ୍ରରେ ପଚାର ପ୍ରସାର ପ୍ରଶଂସନୀୟ। ଜୟନ୍ତୀ ପଟ୍ଟନାୟକ , ସଭାନେତ୍ରୀ କହିଛନ୍ତି ଯେ ମୋହନାରେ ଅନେକ ସଂଘର୍ଷ ରେ ମାନବ‌ ଅଧିକାର ଟିମ୍ ଗଠନ ହୋଇଛି। ଜିତେନ୍ଦ୍ର ‌ନାୟକ ଅତିଥି ମାନଙ୍କୁ ଧନ୍ୟବାଦ କରିଥିଲେ।ସଭାରେ ଲିଲି ସାହୁ , ଅଧ୍ୟକ୍ଷା, ଆହ୍ୱାନ ନାୟକ, ଉପ ସଭାପତି , ଚନ୍ଦ୍ରକଳା ଶବର , ଟୁନା ମଲ୍ଲିକ , ରାଜୁ ମଲ୍ଲିକ , କାନ୍ଦ୍ରା ଶବର , ସସ୍ମିତା ମିଶ୍ରଙ୍କ ସମେତ ଅନେକ ମାନବ ଅଧିକାର କର୍ମୀ ଉପସ୍ଥିତ ଥିଲେ।

You may have missed