July 27, 2026
IMG-20260311-WA0024
Share

   ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳନ ସ୍ଥାନୀୟ ୟୁ.ଟେକ .କମ୍ପ୍ୟୁଟର ଏଡୁକେସନ ରାଜ ବାଟି ପରିସରରେ ପରିସରରେ ଅନୁଷ୍ଠାନର ଉପେଦେଷ୍ଟା ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ତତ୍ତ୍ଵାବଧାନରେ ଆଜି ଅନୁଷ୍ଟିତ ହୋଇସାରିଛି।୨୦୦୦ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଭାଷା ଓଡ଼ିଆ ସମ୍ବିଧାନ ସ୍ଵୀକୃତ ୨୨ ଭାଷା ମଧ୍ୟରୁ ଓଡ଼ିଆ ଭାଷାରେ ଶାସ୍ତ୍ରୀୟ ମାନ୍ୟତା ୧୨ ବର୍ଷ ପୂରଣରେ ମଧ୍ୟ ଆମେ ଆମର ମା ଭାଷାକୁ ଆଖିଦୃଶିଆ ସମ୍ମାନ ଦେବାରେ ସଫଳ ହୋଇ ପାରିନୁ ବୋଲି ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥି ମାନେ ଉଦବୋଧନ ଦେଇଥିଲେ। ପ୍ରାରମ୍ଭିକ ସ୍ଵାଗତ ଭାଷଣ ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ଦେଇଥିବା ବେଳେ ପରିଚୟ ପ୍ରଦାନ ସ୍ନେହ ବେହେରା ଦେଇଥିଲେ। ମୁଖ୍ୟ ଅତିଥି ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ମୂଖ୍ୟ ବକ୍ତା ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନି ଗାୟତ୍ରୀ ମହାବିଦ୍ୟାଳୟ ଗୁଣୁପୁର, ଏବଂ ଅନୁଷ୍ଠାନର ସଭାପତି ଲୋକନାଥ ମିଶ୍ର ମାଞ୍ଚାସୀନ ଥିଲେ।ଶେଷରେ ରାଜେଶରୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଡ.ପ୍ରେମାନନ୍ଦ ପଟ୍ଟନାୟକ, ତ୍ରିପତି ପ୍ରସାଦ ପଣ୍ଡା, ବିଷ୍ଣୁ ପଣ୍ଡା, ଗାୟତ୍ରୀ ପଟ୍ଟନାୟକ ,ପାୟଲ ପାତ୍ର ପ୍ରଭୃତି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଚାଳନା କରିଥିଲେ।

You may have missed