ମୋହନା ହିଲ ଟପ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଙ୍କ ଅବସର କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ..

ମୋହନା(ଜୁନେସ ଶବର)ଗଜପତି ଜିଲ୍ଲା ମୋହନା ଠାରେ ଅବସ୍ଥିତ ଥିବା ହିଲ ଟପ ମାଧ୍ୟମିକ ବିଦ୍ୟାଳୟ ର ଇତିହାସ ବିଭାଗ ଅଧ୍ୟାପକ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଭଗବାନ ବିଷୋୟୀ ଙ୍କୁ ଆଜି ସ୍ଥାନୀୟ କାର୍ଯ୍ୟାଳୟ ପରିସର ମଧ୍ୟରେ ଛାତ୍ର ଛାତ୍ରୀ ଙ୍କ ସମେତ +୩ ଓ +୨ ରେ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କ ସମେତ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଙ୍କ ଉପସ୍ଥିତିରେ ବିଦାୟ ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶ୍ରୀ ବିଷୋୟୀ କଲେଜ ଆରମ୍ଭ ଦିନ ଠାରୁ ଅବସର ଗ୍ରହଣ ପର୍ଯ୍ୟନ୍ତ ଦୀର୍ଘ ୩୪ ବର୍ଷ ସୁଚାରୁରୂପେ ନିଜ କାର୍ଯ୍ୟ ସମ୍ପାଦନ କରିଥିବା ଦେଖିବାକୁ ମିଳିଥିଲା। ଏହା ସଙ୍ଗେ ଜଣେ ଦାୟିତ୍ୱ ସମ୍ପର୍ଣ୍ଣ କର୍ମଚାରୀ ଭାବେ ଛାତ୍ର ଛାତ୍ରୀ ଙ୍କୁ ନିଜ ବିଭାଗ ବିଷୟ ଶିକ୍ଷାଦାନ କରିବା ସଙ୍ଗେ କଲେଜ ସମସ୍ତ କାର୍ଯ୍ୟ ମଧ୍ୟ ସମ୍ପାଦନ କରିଥିବା ଦେଖିବାକୁ ମିଳିଥିଲା। ଆଜି ଅବସର କାଳିନ ସମ୍ବର୍ଦ୍ଧନା ସମୟରେ ଏକ ଭାବବିହୋଳ ପରିସ୍ଥିତି ସୃଷ୍ଟି ହେବା ସଙ୍ଗେ ଛାତ୍ର ଛାତ୍ରୀ ମାନେ କୋହ ଭରା କଣ୍ଠ ରେ ବିଦାୟ ଦେଇଥିବା ଦେଖିବାକୁ ମିଳିଥିଲା। ଏହି ଉତ୍ସବ ରେ ପରିଚାଳନା କମିଟି ର ପୂର୍ବତନ ସମ୍ପାଦକ ଦଣ୍ଡାସୀ ସାହୁ ମୋହନା ବ୍ଲକ ର ପୂର୍ବତନ ଶିକ୍ଷା ଅଧିକାରୀ ମାର୍ସଲ ନାୟକ, ଶ୍ରୀମତୀ ପ୍ରମିଳା ପଣ୍ଡା,ସ୍ବେଛାସେବୀ ଭିକାରି ବେହେରା,+୩ ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଦାୟିତ୍ୱ ରେ ଥିବା +୨ କଲେଜ ଅଧ୍ୟକ୍ଷ ଏସ. ରମେଶ ସଭାପତିତ୍ୱ କରିଥିବା ପ୍ରକାଶ।
