October 29, 2026

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ, ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ 

IMG-20261028-WA0117
Share

ବୁଗୁଡ଼ା : ତା ୨୮/୧୦/୨୬ :(ହର ପ୍ରସାଦ ପାଢ଼ୀ)ପୂର୍ବ ପ୍ରକାଶିତ ପାଣିପାଗ ବିଭାଗର ସୂଚନା ପ୍ରକାରେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବୁଗୁଡା ଅଞ୍ଚଳରେ ଦୁଇ ଦିନ ହେଲା ତୁହାକୁ ତୁହା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ଜଣାଯାଇଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଯାତ୍ରୀ ପରିବହନ ବାଧାପ୍ରାପ୍ତ ସାଙ୍ଗକୁ ଦୋକାନ ବଜାର ବନ୍ଦ ରହିଥିଲା । ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଅପରପକ୍ଷରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଥିବାରୁ ରାସ୍ତାଘାଟ ଏକ ପ୍ରକାର ଜନଶୂନ୍ୟ ହୋଇପଡିଥିଲା । ବର୍ଷା ଯୋଗୁଁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଫାଙ୍କା ପଡିଥିଲା । ଏଥିସହ ଅନବରତ ବର୍ଷା ଯୋଗୁଁ ପାଙ୍ଗିଡି ଗ୍ରାମ ନିକଟସ୍ଥ ମୁଖ୍ୟ ସଡକ ପାର୍ଶ୍ଵରେ ଥିବା ଏକ ନିମଗଛ ରାସ୍ତା ଉପରକୁ ଟଳି ପଡିବା ଫଳରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା ବେଳେ ବୁଗୁଡ଼ା ସହରର ମଦନ ମୋହନ ଛକଠାରୁ ନୂଆଁସାହି ମିଲ୍ ପର୍ଯ୍ୟନ୍ତ ରାସ୍ତା ବର୍ଷା ଜଳରେ ଉବୁଟୁବୁ ହୋଇ ପଡ଼ିଥିଲା ।

You may have missed