ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଲୋକ ଅଧିକାର ଯାତ୍ରା ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜି ମୋହନା ରେ .

ମୋହନା ( ଜୁନେସ ଶବର )ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ କୁ ଆଜି ବାର୍ତ୍ତା ପ୍ରଦାନ କରିଛନ୍ତି ଲୋକ ଅଧିକାର ଯାତ୍ରା। ଫେବୃଆରୀ ମାସ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପନ୍ଦର ଟି ଜିଲ୍ଲା ପ୍ରଚାର କରିବା ସହ ଲୋକଙ୍କୁ ସଚେତନ କରି ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ରେ ପହଁଚିଛି। ଲୋକଶକ୍ତି ଅଭିଯାନ ର ମୁଖ୍ୟ ବିଶିଷ୍ଠ ପରିବେଷବିତ୍ତ ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ନେତୃତ୍ୱରେ ଚାଲିଥିବା ସଚେତନତା ଯାତ୍ରା ରେ
ଏନଏପିଏମ, ସେଣ୍ଟର ଫର
କ୍ଲାଇମେଟ ଜଷ୍ଟିସ ସଂଗଠନ ନେତୃତ୍ୱରେ ଚାଲିଥିବା ଦେଖିବାକୁ ମିଳିଛି। ଏହି ସଂଗଠନ ରାଜ୍ୟ ସାରା ବୁଲି ଜଳ, ଜଙ୍ଗଲ, ଜମି ଓ ଜୀବିକାର ସୁରକ୍ଷା ସହିତ ବଞ୍ଚିବାର ଅଧିକାର ଏବଂ ଏକ ବିକଳ୍ପ ବିକାଶ ଧାରା ପାଇଁ ଆହ୍ୱାନ ଦେଉଥିବା ଜଣାପଡ଼ିଛି।ଆଜିର ରହି ଯାତ୍ରା ରେ ପ୍ରଫୁଲ୍ଲ ସାମନ୍ତରାୟ, ଲିଙ୍ଗରାଜ, ଡ. ବିଶ୍ୱଜିତ, ନରେନ୍ଦ୍ର ମହାନ୍ତି ଙ୍କ ନେତୃତ୍ୱରେ ଶହ ଶହ ସମର୍ଥକ ପଦଯାତ୍ରା ରେ ସାମିଲ ଥିବା ଦେଖିବାକୁ ମିଳିଥିଲା। ଏହି ଯାତ୍ରା ର ଉଦେଶ୍ୟ ଥିଲା ଏକ ଭୟଙ୍କର ଭବିଷ୍ୟତ କୁ ପ୍ରତିହତ କରାଯାଉ ବୋଲି ପରିବେଷବିତ୍ତ ଶ୍ରୀ ପ୍ରଫୁଲ୍ଲ ସାମନ୍ତରାୟ ଆହ୍ୱାନ ଦେଇଥିଲେ।
