ଦୀର୍ଘ ୧୬ ମାସ ହେଲାଣି ଚୁକ୍ତିନାମା କରିବାକୁ ଶ୍ରମିକ ମାନଙ୍କ ସହିତ ଖେଳ ଖେଳୁଛି ଆଇଓସିଏଲ କର୍ତୃପକ୍ଷ….
ଦୀର୍ଘ ୧୬ ମାସ ହେଲାଣି ଚୁକ୍ତିନାମା କରିବାକୁ ଶ୍ରମିକ ମାନଙ୍କ ସହିତ ଖେଳ ଖେଳୁଛି ଆଇଓସିଏଲ କର୍ତୃପକ୍ଷl ନୂତନ ଚୁକ୍ତିନାମା ଦାବିକରି ଆଜି ପାରାଦୀପ ତୈଳବିଶୋଧନାଗାର ସମ୍ମୁଖରେ ହଜାର ହଜାର ଶ୍ରମିକ ଆନ୍ଦୋଳନ କୁ ଓହ୍ଲାଇଛନ୍ତି l ଏ ନେଇ ପାରାଦୀପ ଏଡିଏମ,ଏଏସପି, ଅଭୟଚାନ୍ଦପୁର ଥାନା ଅଧିକାରୀ ଓ ଶ୍ରମିକ ପ୍ରତିନିଧି ମାନଙ୍କ ସହିତ ହୋଇଥିବା ଆଲୋଚନା ବିଫଳ ହେବା ପରେ ଶ୍ରମିକ ମାନେ ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି l ପାରାଦୀପ ଆଇଓସିଏଲ ରିଫାଇନେରୀ ରେ ସ୍ଥାନୀୟ ଅଞ୍ଚଳ ରୁ ହଜାର ହଜାର ଶ୍ରମିକ ସ୍ୱଳ୍ପ ଦରମା ରେ କାମ କରୁଛନ୍ତି l ଆଜିର ଦୈନନ୍ଦିନ ଜୀବନ ଶୈଳୀ ପରିବର୍ତ୍ତନ ହୋଇଛି, ପେଟ୍ରୋଲ ଲିଟର ଶହେ ପୁରିଥିବା ବେଳେ ପରିବା, ରାସନ ମୂଲ୍ୟ ଅହେତୁକ ବୃଦ୍ଧି ପାଉଛି, ଯାହା ଫଳରେ ସ୍ୱଳ୍ପ ଦରମା ସମୁଦ୍ର କୁ ଶଙ୍ଖେ ଭଳି କହିଛନ୍ତି ଧାରଣାରତ ଶ୍ରମିକ l ଆଜି ସମାନ କାର୍ଯ୍ୟ କରି ଆଇଓସିଏଲ ଅଫିସର ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିବା ବେଳେ ଆମେ ଏହି ସ୍ୱଳ୍ପ ଦରମା ରେ କେମିତି ନିଜର ପରିବାର ପ୍ରତିପୋଷଣ କରିବୁ ବୋଲି ପ୍ରଶ୍ନ କରିବା ସହିତ ଆମର ବିଭିନ୍ନ ଦାବି କୁ ନେଇ ନୂତନ ଚୁକ୍ତିନାମା ଯେ ପର୍ଯ୍ୟନ୍ତ ହୋଇନାହିଁ, ସେ ପର୍ଯ୍ୟନ୍ତ ଆମେ ଅନିର୍ଦ୍ଧିଷ୍ଟ କାଳପାଇଁ ଶାନ୍ତିପୂର୍ଣ ଭାବରେ ଧାରଣା ରେ ବସି ରହିବୁ ବୋଲି ଚେତାବନୀ ଦେଇଛନ୍ତି ପାରାଦୀପ ରିଫାଇନେରୀ ର ବିଭିନ୍ନ ବିଭାଗ ରେ କାର୍ଯ୍ୟ କରୁଥିବା ଧାରଣାରତ ହଜାର ହଜାର ଶ୍ରମିକ l
( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋଟ ଉପାନ୍ତ ଖବର )
