September 1, 2026

ଉମରକୋଟ ରେ ରୋଜଗାର ଦେଉଛି ବରଡା ଗଛର ପତ୍ର…………

IMG-20260530-WA0011
Share

 

 

ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ସ୍ୱାଦିଷ୍ଟ ଓ ପାରମ୍ପାରିକ ଶାଗ ଭାବେ ଓଡ଼ିଶାର ଘରେ ଘରେ ପରିଚିତ ବରଡ଼ା ଶାଗ। ବିଶେଷକରି ଜଙ୍ଗଲି ଅଞ୍ଚଳ ଗୁଡିକରେ ଏହି ବରଡ଼ା ଗଛ ଦେଖିବାକୁ ମିଳିଥାଏ। ଜଙ୍ଗଲ କ୍ଷୟ ପରେ ବହୁଳମାତ୍ରାରେ ଲୋପ ପାଇଛି ଏହି ଗଛ। ଗାଉଁଲି ଗାଁ ଗୁଡିକରେ ରହିଥିବା ବରଡ଼ା ଶାଗ ଗଛକୁ ଯତ୍ନ ଓ ସୁରକ୍ଷା କରିଥାନ୍ତି ଲୋକେ। ଏହା ମୁଖ୍ୟତଃ ବୈଶାଖ ଓ ଜୈଷ୍ଠ ମାସର ତାତି ପରେ ପ୍ରଥମ ବର୍ଷା ପଡ଼ିବା ପରେ ଗଛରେ ବହୁଳ ପରିମାଣରେ ପତ୍ର ପଲ୍ଲବିତ ହୋଇଥାଏ। ପତ୍ର ଦେଖିବାକୁ ଶିଆଳି , ପଣସ ପତ୍ର ଭଳି ଛୋଟ ବଡ ପତ୍ର କଅଁଳି ଥାଏ। ଆଦିମ କାଳରୁ ପାରମ୍ପାରିକ ଶାଗ ଭାବେ ଏହାକୁ ସଂଗ୍ରହ କରି ଗ୍ରାମାଞ୍ଚଳ ମହିଳା ବ୍ୟଞ୍ଜନରେ ବ୍ୟବହାର କରି ଆସୁଥିବା ବେଳେ ବଜାରକୁ ନେଇ ଭାଗ ଭାଗ କରି ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି। ବରଡ଼ା ଶାଗ ଆଖିରେ ପଡ଼ିବା ମାତ୍ରେ ଲ9ଯେ ଏହାକୁ କିଣିଥାନ୍ତି। ଏହାର ସ୍ୱାଦ ନିଆରା। ପଖାଳ ଭାତ ସହ ଶାଗ ଭଜା ଓଡ଼ିଶାରେ ବହୁତ୍ ଲୋକପ୍ରିୟ। ଗ୍ରାମାଞ୍ଚଳ ମହିଳା ଏହାକୁ ଜଙ୍ଗଲରୁ ସଂଗ୍ରହ କରି ବଜାରକୁ ଆଣି ଭାଗ କରି ଗୋଟିଏ ଭାଗକୁ ୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି। ବୈଶାଖ ଓ ଜୈଷ୍ଠ ଏହି ଦୁଇ ମାସ ଧରି ଶାଗ ପତ୍ର କଅଁଳି ବା ସହ ପ୍ରଚୁର ପରିମାଣରେ ମିଳିଥାଏ। ଏହା ଅଧିକ ସ୍ୱାଦ ଯୁକ୍ତ ଶାଗ ହୋଇଥିବାରୁ ଜନଜାତି ସମ୍ପ୍ରଦାୟ ମହିଳାମାନେ ବିକ୍ରୟ କରି ଅର୍ଥ ରୋଜଗାର କରିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ରହିଥିବା ପରମ୍ପରା ଅନୁସାରେ କ୍ଷେତରେ ଧାନ ବୁଣିବା ପୂର୍ବରୁ ଭୋଜନରେ ବା ବ୍ୟଞ୍ଜନରେ ବ୍ୟବହାର କରନ୍ତି ନାହିଁ। ବିହନ ବୁଣିବା ପରେ ଏହାକୁ ଖାଇଥାନ୍ତି। ଗୋଟିଏ ଗଛରୁ ପ୍ରାୟ ଦେଢ ଦୁଇ ମାସ ଧରି ଶାଗ ସଂଗଡ କରି କାହିବା ସହ ବିକ୍ରୟ କରିଥାନ୍ତି। ଋତୁକାଳୀନ ଶାଗ ହୋଇଥିବାରୁ ବୈଶାଖ ଜୈଷ୍ଠ ମାସରେ ଯାହା ଯେତିକି ପରିମାଣରେ ମିଳିଲା ଲୋକେ ଆଗ୍ରହ ସହ ଏହାକୁ କିଣିବାକୁ ଅପେକ୍ଷା କରିଥାନ୍ତି। ବିଶେଷ କରି ମୁଗ ବିରି ନାକ ଚଣା ଆଦି ଡାଲିରେ ମିଶ୍ରଣ କରି ପ୍ରସ୍ତୁତ କଲେ ଏହାର ସ୍ୱାଦ ଦୁଇଗୁଣ ଲାଗିଥାଏ। ଗରିବ ଆଦିବାସୀଙ୍କ ବ୍ୟଞ୍ଜନରେ ଏହାର ସ୍ଥାନ ସ୍ୱତନ୍ତ୍ର ରହିଛି। ଝରିଗାଁ ବ୍ଲକର ବନାଞ୍ଚଳବାସୀ ଏହାକୁ ସଂଗ୍ରହ କରି ଦୈନନ୍ଦିନ ବଜାର ଓ ସାପ୍ତାହିକ ହାଟ ଗୁଡିକରେ ବିକ୍ରୟ କରୁଥିବା ଦେଖିବାକୁ ମିଳିଥାଏ।

You may have missed