June 29, 2026

ସାପ ନା ଶୁଣିଲେ ଛାତିରେ ଛନକା ପଶିଯାଏ

IMG-20260530-WA0021
Share

ଆଉ ଯଦି କାହା ଘର ଭିତରେ ସାପ ପଶିଯାଏ, ତେବେ ପରିବାର ଲୋକ କେଉଁଭଳି ଭୟଭୀତ ହୋଇ ପଡ଼ିଥାନ୍ତି, ତାହା ଆପଣମାନେ ଭଲ ଭାବରେ ଜାଣିଥିବେ l ଏହି ସମୟରେ ଲୋକଙ୍କ ପାଖରେ ଖୋଜା ପଡନ୍ତି ବାବୁନି ବାବା l ହଠାତ ଫୋନ ବାଜି ଉଠେ ବାବୁନି ବାବାଙ୍କର, ଆଉ ବାବୁନି ବାବା କାଳବିଳମ୍ବ ନ କରି ନିଜ ସାଥି ମାନଙ୍କୁ ସାଥିରେ ଧରି ବାହାରି ପଡନ୍ତି ସାପ ପାଇଁ ଭୟଭୀତ ହୋଇପଡିଥିବା ପରିବାର ପାଖକୁ l ଲାଗି ପଡନ୍ତି ନିଜ କାର୍ଯ୍ୟରେ, ଯେ ପର୍ଯ୍ୟନ୍ତ ସାପ କୁ ଆୟତ୍ତ କରିନାହାନ୍ତି ସେ ପର୍ଯ୍ୟନ୍ତ ନିଜର ଚେଷ୍ଟା ଜାରି ରହିବା ସହିତ ସାପ କୁ ଉଦ୍ଧାର କରି, ଭୟଭୀତ ହୋଇପଡିଥିବା ପରିବାର ମୁହଁରେ ଖୁସି ଫେରାଇ ଆଣିଥାନ୍ତି ବାବୁନି ବାବା l ଅନ୍ୟର ମୁହଁରେ ହସ, ଆମର ପ୍ରୟାସ କହି ନିରବଛିନ୍ନ ଭାବରେ ଜନସେବା ରେ ବ୍ରତୀ କୁଜଙ୍ଗ ଅଞ୍ଚଳ ର ଯୁବ ସମାଜସେବୀ ତଥା ସ୍ନେକମ୍ୟାନ ଭାବରେ ପରିଚିତ ବାବୁନି ବାବା ଓରଫ ପ୍ରଭାତ କୁମାର ବେହେରା l ଆଜି ଏରସମା ବ୍ଲକ ନଛିପୁରା ଗ୍ରାମର ଦିଲୀପ ସାମନ୍ତରାୟ ଙ୍କ ବାଡ଼ିରୁ ଇଟା ଗଦା ଭିତରୁ ଦୁଇଟି ବିଷାକ୍ତ ତମ୍ପ ଯୋଡି ଙ୍କୁ ଉଦ୍ଧାର କରିବା ସହିତ ପାଖାପାଖି ୪୦ ଟି ଅଣ୍ଡା ଗାତ ଭିତରୁ ଉଦ୍ଧାର କରିଛନ୍ତି ବାବୁନି ବାବା l ସାପ ଅଣ୍ଡା ଦେଖି ଦିଲୀପ ଓ ତାଙ୍କ ପରିବାର ଭୟଭିତ ହୋଇ ତୁରନ୍ତ କୁଜଙ୍ଗ ର ଯୁବ ସାପ ଧରାଳି ପ୍ରଭାତ ବେହେରା ଓରଫ ବାବୁନି ବାବା ଙ୍କୁ ଫୋନ୍ କରିଥିଲେ ଖବର ପାଇ ସହଯୋଗୀ ମଣିଷଙ୍କର ପରିଡ଼ା ଜ୍ୟୋତିରଂଜନ ମହାପାତ୍ର ଭବାନୀ ଶଙ୍କର ଆଚାର୍ଯ୍ୟ ଦେବାଶିଷ ପାଣି ପଙ୍କଜ ତରାଇ ଶକ୍ତି ପ୍ରସାଦ ଭୁଜବଳ ଙ୍କୁ ସାଙ୍ଗରେ ଧରି ସାପ ସହିତ ଅଣ୍ଡା କୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ସୁରକ୍ଷିତ ଭାବରେ ଛାଡ଼ିଛନ୍ତି l ସେହିପରି କୁଜଙ୍ଗ ଷଣ୍ଢ ପୁର ଗ୍ରାମର ଟୁଲିଆ ପରିଡ଼ା ଙ୍କ ଘରୁ ଏକ ୬ ପୁଟ ର ତମ୍ପ୍ ସାପକୁ ଆଜି ଉଦ୍ଧାର କରିବା ସହିତ କୁଜଙ୍ଗ ରେ ଥିବା ସୁନିଲ ବେହେରା ଙ୍କ ଫଳ ଗୋଦାମ ଭିତରୁ ଗୋଟିଏ ନାଗ ସାପ ଉଦ୍ଧାର କରିଛନ୍ତି ବାବୁନି ବାବା l ସାପଟିକୁ ଦେଖି ଭୟରେ ସୁନୀଲ ଦୌଡିବା ସହିତ ନିକଟରେ ବାବୁନି ବାବାଙ୍କ ଵିନୋରି ସେବା ସଂସ୍ଥାନ କୁ ଯାଇ ବାବୁନି ବାବା ଙ୍କୁ ଖବର ଦେଇଥିଲେ l ଖବର ପାଇବା ମାତ୍ରେ ବାବୁନି ବାବା କାଳ ବିଳମ୍ବ ନକରି ସାଥୀ ମାନଙ୍କ ସହିତ କୁଜଙ୍ଗ ପରିବା ମାର୍କେଟ ରେ ଥିବା ଫଳ ଗୋଦାମ ଗୃହ ଭିତରେ ନାଗ ସାପ ଟିକୁ ଉଦ୍ଧାର କରିଥିଲେ l ଯାହା ଫଳରେ ଭୟଭୀତ ବ୍ୟବସାୟୀ ମାନେ ବାବୁନି ବାବାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ l କେବଳ ଆଜି ନୁହେଁ ଦୈନନ୍ଦିନ ବାବୁନି ବାବା ଙ୍କ ଜୀବନ ଶୈଳୀ ଏହିଭଳି, କେତେବେଳେ ସାପ ଧରିବା ତ କେତେବେଳେ ସଡ଼କ ଦୁର୍ଘଟଣା ରେ କ୍ଷତାହତ ବ୍ୟକ୍ତି ବିଶେଷ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇବା, କେତେବେଳେ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ପଶୁ ମାନଙ୍କୁ ଉଦ୍ଧାର କରି ସେବା ଯୋଗାଇବା ହେଉଛି ବାବୁନି ବାବା ଙ୍କ ନିତିଦିନିଆ କାର୍ଯ୍ୟକ୍ରମ l ଅତି କମ ବୟସ ରେ କୁଜଙ୍ଗ ବାସୀଙ୍କ ପ୍ରିୟ ମଣିଷ ପାଲଟିଥିବା ବାବୁନି ବାବା ଙ୍କ ମୁହଁରେ ଗୋଟିଏ କଥା, ଅନ୍ୟ ର ମୁହଁରେ ହସ, ଏହା ହେଉଛି ଆମର ପ୍ରୟାସ l(ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋଟ ଉପାନ୍ତ ଖବର )