November 24, 2024

ଗଜପତି:- ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ୧୧୮ ତମ ଜନ୍ମଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ ।

Share

ଗଜପତି:- ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ୧୧୮ ତମ ଜନ୍ମଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ ।
———————————————-
କଳାତ୍ମକ ହକି’ର ଯାଦୁକର ତଥା ହକି ଖେଳ’ର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ’ଙ୍କ ୧୧୮ ତମ ଜନ୍ମଦିବସ ଅବସର’ରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ” ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ପରିସର’ରେ ଥିବା ଜିଲ୍ଲା ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ’ରେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଶ୍ରୀ ବି: ଆଲେୟା ରେଡ୍ଡୀ ଯୋଗଦେଇ ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ଫଟୋ ଚିତ୍ର’ରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ସେହିଭଳି ସେଠାରେ ଉପସ୍ଥିତ ଥିବା ବରିଷ୍ଠ କ୍ରୀଡା ଶିକ୍ଷକ ଗଣ’ଙ୍କ ସମେତ ବିଭିନ୍ନ ଖେଳ’ର ଖେଳାଳୀ ମାନେ ଉପସ୍ଥିତ ରହି ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସର’ରେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ରେଡ୍ଡୀ ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ଖେଳ ଜୀବନ’ର ସ୍ମୃତି ଚାରଣ କରି କ୍ରୀଡା ମନୁଷ୍ୟ’କୁ ଖେଲୁଆଡ ମନୋଭାବ ସହ ଅନେକ କିଛି ଶିଖାଇଥାଏ । ଶୃଙ୍ଖଳା , ନିଷ୍ଠା ଓ ଦୃଢ଼ ମନୋବଳ ନେଇ କୌଣସି ଖେଳ ପ୍ରତି ଅଭ୍ୟାସ ରଖିଲେ ସେ ନିଶ୍ଚିତ ଭାବେ ସଫଳତାର ସହ ଜଣେ ପ୍ରତିଷ୍ଠିତ ଖେଳାଳୀ ହୋଇପାରିବ ବୋଲି ଉପସ୍ଥିତ ଖେଳାଳି ମାନଙ୍କୁ କହିଥିଲେ। ।
ବରିଷ୍ଠ କ୍ରୀଡ଼ା ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ପାତ୍ର କହିଥିଲେ ଯେ , ହକି ଖେଳରେ ଧ୍ୟାନଚାନ୍ଦଙ୍କ କ୍ରୀଡା-ନୈପୁନ୍ୟତା ଯେଭଳି ଭାବେ ପ୍ରଦର୍ଶନ ରହିଥିଲା , ସେଥିପାଇଁ ସେ କେବଳ ଭାରତ’ରେ ନୁହନ୍ତି , ସାରା ବିଶ୍ୱରେ ସେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଥିଲେ ।  ଏମିତି କି  ଖେଳିବା ବେଳେ ତାଙ୍କ ହକି ବାଡ଼ିରେ ଥରେ ବଲ ଲାଗି ରହିଗଲେ ତାହା ଗୋଲ’ରେ ପରିଣତ କରୁଥିଲେ । ମେଜର ଧ୍ୟାନଚାନ୍ଦ ୧୯୨୮ , ୧୯୩୨ ଓ ୧୯୩୬ ମସିହାରେ ଭାରତକୁ ଅଲିମ୍ପିକ୍ସ ଖେଳରେ ହକି ବିଜେତା ତଥା ଚାମ୍ପିଆନ କରାଇଥିଲେ । ଏଥିସହିତ ୧୯୨୬ ରୁ ୧୯୪୮ ମସିହା ମଧ୍ୟରେ ବିପକ୍ଷ ଦଳଗୁଡିକ ବିରୋଧରେ ସେ ୪୦୦ ରୁ ଅଧିକ ଗୋଲ ଦେଇଥିଲେ ।
ଏହି କ୍ରମରେ ଗଜପତି ଜିଲ୍ଲାରେ ମଧ୍ୟ ଅଳ୍ପଦିନ ମଧ୍ୟରେ ହକି ଖେଳର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି ବୋଲି ଶ୍ରୀ ପାତ୍ର କହିଥିଲେ । ।
ଏହି ଅବସରରେ ଇଣ୍ଡୋର ଷ୍ଟାଡିୟମ୍ ଠାରୁ ବିଭିନ୍ନ ବିଦ୍ୟାଳୟର ହକି ଖେଳାଳୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ହକି ତାରକା ମେଜର ଧ୍ୟାନଚାନ୍ଦ’ଙ୍କ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଗଜପତି ଷ୍ଟାଡିୟମ୍ ଅଞ୍ଚଳ ପରିକ୍ରମା କରିଥିଲେ ।
ଶେଷରେ ଏହି ଅବସରରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ଯାଜପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ହକି ଖେଳାଳି’ଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ ତଥା ଏହା ୫-ଏ ସାଇଡ ମିନି-ଗେମ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ହକି ମ୍ୟାଚ’କୁ , ହକି କ୍ରୀଡ଼ା ଶିକ୍ଷକ ଶ୍ରୀ ଏମ: ସୁନିଲ ରେଡ୍ଡୀ ଏବଂ ଶ୍ରୀ ଧୀରେନ୍ଦ୍ର କୁମାର ସାମଲ ପରିଚାଳନା କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମ’କୁ କ୍ରୀଡ଼ା ଶିକ୍ଷକ ଶ୍ରୀ ଲିଙ୍ଗରାଜ ସାହୁ ପରିଚାଳନା ଓ ସହଯୋଗ କରିଥିଲେ ।
———————————————-ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-