April 25, 2026

ସବୁଜିମା ପରିବେଶରେ କିଛି ଅସାଧୁ ଲୋକେ ମଦ ପିଇବା ପାଇଁ

IMG-20230829-WA0024
Share

ସବୁଜିମା ପରିବେଶରେ କିଛି ଅସାଧୁ ଲୋକେ ମଦ ପିଇବା ପାଇଁ ଆଣୁଥିବାର ବହୁ ଅଭିଯୋଗ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ କଟକଣା କରାଯାଇଛି । ବର୍ତ୍ତମାନ ତାଗିତ କରା ଯାଇ ଅଞ୍ଚଳ ଛାଡିବା ପାଇଁ କୁହାଯାଉଛି । ହେଲେ ଆଗାମୀ ଦିନରେ ଏପରି ମଦ ଆଣୁଥିବା ବ୍ୟକ୍ତି ବିଶେଷ କିମ୍ବା ମଦୁଆ ମାନଙ୍କୁ ଆଉ ନିସ୍ତାର ନାହିଁ । ଆଇନ ଅନୁଯାୟୀ ଏମାନଙ୍କ ବିରୁଦ୍ଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି । ସେହିପରି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କୋବିନ ପରିଚ୍ଛା କହିଛନ୍ତି ଯେ, ଏପରି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଅଞ୍ଚଳରେ ଦୈନନ୍ଦିନ ପର୍ଯ୍ୟଟକମାନେ ଆସୁଥିବା ବେଳେ ଏମାନଙ୍କ ମଧ୍ୟରେ କିଛି ଅସାଧୁ ବ୍ୟକ୍ତି ବିଶେଷ ମଦ ପିଇବା ପାଇଁ ମଦ ଆଣୁଛନ୍ତି ଏବଂ ବ୍ୟାପକ ପରିମାଣର ପଲିଥିନ ବ୍ୟବହାର କରି ଏଣେତେଣେ ଫୋପାଡୁଛନ୍ତି । ଫଳରେ ଏହି ଅଞ୍ଚଳର ପରିବେଶ ନଷ୍ଟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଠାରେ ଏସବୁକୁ ବାରଣ କରାଯାଇଛି । ଏପରି ଅଭିଯାନ ଦୈନନ୍ଦିନ ଚାଲୁ ରହିବ । ଏହା ସହ ସେ ନିବେଦନ କରିଛନ୍ତି ଯେ, ଝରଣା ପାଣିରେ ଗାଧୋଇବା ବେଳେ ଛୋଟ ଛୋଟ ପୋଷାକ ପରିଧାନ ନ କରନ୍ତୁ, ସାବୁନ, ସାମ୍ପୁ ଆଦି ବ୍ୟବହାର ନ କରିବା ପାଇଁ ସେ ନିବେଦନ କରିଛନ୍ତି । ସାବୁନ ସାମ୍ପୁ ଆଦି ବ୍ୟବହାର ଦ୍ବାରା ପାଣି ଦୂଷିତ ହୋଇ ଜଳରାଶିରେ ଥିବା ଜଳପ୍ରାଣୀ ମାନଙ୍କ ହାନୀ ଘଟୁଛି । ଯଦି ଏଥିରେ କେହି ଖିଲାପ କଲେ ନିଶ୍ଚିତ ଦଣ୍ଡିତ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଏପରି ଯାଞ୍ଚ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଛନ୍ତି ସମାଜସେବୀ ଓ ବୁଦ୍ଧିଜୀବୀମାନେ । ଏନେଇ ଯୁବ ସମାଜ ସେବୀ ନିହାର ପଣ୍ଡା କହିଛନ୍ତି ଯେ, ପ୍ରଶାସନର ଏପରି ଧରପଗଡ କାର୍ଯ୍ୟକ୍ରମ ନିଶ୍ଚିତ ସ୍ବାଗତ ଯୋଗ୍ୟ । ଏହି ଅଞ୍ଚଳରେ କିଛି ଅସାମାଜିକ ପର୍ଯ୍ୟଟକ ପରିବେଶକୁ ନଷ୍ଟ କରୁଛନ୍ତି । ଦୈନନ୍ଦିନ ଯାଞ୍ଚ ବ୍ୟବସ୍ଥା କରାଗଲେ ନିଶ୍ଚିତ ପ୍ରକୃତି ଭରା ଏହି ଗଣ୍ଡାହାତୀ ଜଳ ପ୍ରପାତର ସୌନ୍ଦର୍ଯ୍ୟମୟ ପରିବେଶକୁ ବଜାୟ ରଖିପାରିବା ।