ମୋହନା ବ୍ଲକ ହିଲଟପ କଲେଜ ଛକ ଠାରେ କାର-ବାଇକ ମୁହାଁମୁହିଁ ଧକ୍କା, ୨ଭାଇ ଗୁରୁତର ।

IMG-20230829-WA0021
Share

ମୋହନା ବ୍ଲକ ହିଲଟପ କଲେଜ ଛକ ଠାରେ କାର-ବାଇକ ମୁହାଁମୁହିଁ ଧକ୍କା, ୨ଭାଇ ଗୁରୁତର ।

ପାରଳାଖେମୁଣ୍ଡି:୨୯/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ହିଲଟପ୍ କଲେଜ ଛକ ବୁଲାଣିରେ କାର ସହ ବାଇକର ମୁହାଁ ମୁହିଁ ଧକ୍କା ହେବା ଫଳରେ ୨ ଭାଇ ଗୁରୁତର । ଆଜି ଅପରାହ୍ନରେ ଦିଗପହଣ୍ଡିରୁ ରାୟଗଡ଼ା ଅଭିମୁଖେ କୌଣସି କାମରେ ଯାଉଥିବା ଏକ କାର ନମ୍ବର ଓଡ଼ିଠ୭ ଏଓ ୪ଠ୬୨ ସହ ଅପରପାର୍ଶ୍ଵ ରାୟଗଡ଼ାରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବାଳକୃଷ୍ଣପୁର ଗ୍ରାମକୁ ମା’ଙ୍କର ମୃତ୍ୟୁ ଖବର ପାଇ ମୁଖାଗ୍ନି ଦେବା ପାଇଁ ୨ ଭାଇ ଶିବରାମ ନାହାକ (୨୯) ବର୍ଷ ଓ ଶଙ୍କର୍ଷଣ ନାହାକ (୨୮) ବର୍ଷ ଯାଉଥିବା ବେଳେ ମୋହନା ହିଲଟପ୍ କଲେଜ ଛକ ବୁଲାଣିରେ କାରର ସମ୍ମୁଖ ଭାଗ ସହ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବାଇକରେ ଯାଉଥିବା ୨ଭାଇ କିଛି ଦୂର ଛିଟିକି ପଡ଼ିଥିଲେ। ଉଭୟେ ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ଭାଇଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

You may have missed