May 10, 2026

୨୧ ରେ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ, କରିବେ ଜନ ଶୁଣାଣି, ସାଥିରେ ରହିବେ ଉପମୁଖ୍ୟମନ୍ତ୍ରୀ ସହ ୧୦ ମନ୍ତ୍ରୀ 

IMG-20250419-WA0042
Share

 

 

ପୂର୍ବ ପ୍ରସ୍ତୁତିକୁ ତଦାରଖ କରି ଅଧିକାରୀଙ୍କ ସହ ଆଲୋଚନା କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଓଡିଶା ଇତିହାସ ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରାଜଧାନୀ ବାହାରେ ସମ୍ବଲପୁରରେ ଅନୁଷ୍ଠିତ ହେଉଛି।ଏଥିପାଇଁ ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଜନ ଶୁଣାଣି ହେବାକୁ ଥିବା ମହାନଗର ନିଗମ ସ୍ଥାନ ଅନୁଧ୍ୟାନ ଓ ତଦାରଖ କରି ଅଧିକାରୀଙ୍କ ସହିତ ସମସ୍ତ ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି।ସମସ୍ୟା ଗୁଡିକର ତ୍ୱରିତ ସମାଧାନ ପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ ଚଳାଇଛନ୍ତି ବୋଲି ଏହି ସମୟରେ ଉପସ୍ଥିତ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ କହିଛନ୍ତି। ସେହିପରି ଲୋକଙ୍କ ସରକାର ଲୋକଙ୍କ ପାଖକୁ ଆସୁଛି ବୋଲି ପଶ୍ଚିମାଞ୍ଚଳ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଛନ୍ତି।

 

ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଓ ପୂର୍ବତନ ବିଧାୟକ ନାଉରୀ ନାଏକ।ସମ୍ବଲପୁର ମହାନଗର ନିଗମ ର ପୋୖରାୟୁକ୍ତ ବେଦ ଭୂଷଣ ଭୋଇ ଓ ଅନ୍ୟାନ୍ୟ ଅଧିକାରୀଗଣ ଏହି ସମୟରେ ଉପସ୍ଥିତ ଥିଲେ।

ଅଭିଯୋଗ ପ୍ରକୋଷ୍ଠ ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ ସମେତ ମନ୍ତ୍ରୀ ସୁରେଶ ପୂଜାରୀ, ରବିନାରାୟଣ ନାଏକ, ମୁକେଶ ମହାଳିଙ୍ଗ, ବିଭୁତି ଭୂଷଣ ଜେନା, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣ ଚନ୍ଦ୍ର ପାତ୍ର, କୃଷ୍ଣ ଚନ୍ଦ୍ର ମହାପାତ୍ର, ପ୍ରଦୀପ ବଳ ସାମନ୍ତ, ଗଣେଶରାମ ସିଂଖୁଣ୍ଟିଆ ଓ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହିବେ।

ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲା ମାନଙ୍କ ରୁ ମଧ୍ୟ ଅଭିଯୋଗକାରୀ ଆସିବେ।ଏଥିପାଇଁ ଅନଲାଇନ ଅଫଲାଇନ ରେ ପାଖାପାଖି ୧୫୦୦ ଉର୍ଦ୍ଧ୍ଵ ଅଭଯୋଗ କାରୀ ଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଗଣ ବୋଲି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଅଭଯୋଗ ଶୁଣାଣି ସମୟରେ ବିଭାଗୀୟ ସଚିବ, ଆୟୁକ୍ତ ଓ ମୁଖ୍ୟ ମାନେ ମଧ୍ୟ ରହିବେ।ଦିବ୍ୟଙ୍ଗ ଓ ବୟସ୍କ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।ଲୋକଙ୍କ ଯିବା, ଆସିବା, ରହିବା, ପିଇବା ପାଣି ସହିତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଗଣ, ଅଧିକାରୀ ଙ୍କ ବସିବା, ଅଭିଯୋଗକାରୀ ଙ୍କୁ ଭେଟିବା ଓ ସୁରକ୍ଷା ଭଳି ସମସ୍ତ ବ୍ୟବସ୍ଥା ସମ୍ପର୍କ ରେ ମନ୍ତ୍ରୀ ନାଏକ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ.ଗ୍ରୀଷ୍ମ ପ୍ରବାହ ଯୋଗୁଁ ହେବାକୁ ଥିବା ସମସ୍ୟା ଗୁଡିକ ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ରହିଥିବା ମଧ୍ୟ ପ୍ରଶାସନିକ କଳ ପକ୍ଷରୁ କୁହାଯାଇଛି।

ଏହି ଅନୁଧ୍ୟାନ ଓ ତଦାରଖ ସମୟରେ ବିଜେପିର ଦେବେନ୍ଦ୍ର ମହାପାତ୍ର, ଦାମୋଦର କର, ମାନସ ରଞ୍ଜନ ବକ୍ସି , ସୁଶାନ୍ତ କୁମାର ପୁରୋହିତ, ପ୍ରଭୁଦତ୍ତ ପଣ୍ଡା, ସୂର୍ଯ୍ୟ ପାଢ଼ୀ, ରମେଶ ପ୍ରଧାନ, ଅଜିତ ବେହେରା, ରାମଦାସ ପଣ୍ଡା, ଲକ୍ଷ୍ମୀ ନାରାୟଣ ପଟେଲ, ଦିଲୀପ ଶର୍ମା, ନିରଞ୍ଜନ କିଶୋର ଦାସ, ମନୋଜ ପଲସନିଆଁ, ମଣ୍ଟୁ ଅଗ୍ରୱାଲ, ପ୍ରମୁଖ ଉପସ୍ଥିତ ଥିଲେ ।