September 19, 2026

ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କୁ ସାକ୍ଷାତ କଲା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନ

IMG-20260919-WA0026
Share

 

 

ଭୁବନେଶ୍ଵର,19/9 : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ଵାଳଙ୍କୁ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ ସାକ୍ଷାତକରି କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ଗୁଡ଼ିକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ନିର୍ଦ୍ଦେଶକ ଶ୍ରୀ ବିଶ୍ଵାଳ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିବା ସହ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ ସୂଚନା ପ୍ରଦାନ କରିଥିଲେ। ଆଲୋଚନା ବେଳେ ଭୂମିବାର୍ତ୍ତାର ସମ୍ପାଦକ ସ୍ଵଦେଶ ଚନ୍ଦ୍ର ଦାଶ, ଦକ୍ଷତାର ସମ୍ପାଦକ ଜୀବନ୍‌‍ କୁମାର ଦୀକ୍ଷିତ୍‌‍, ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା ଉପସ୍ଥିତ ଥିଲେ ।