May 10, 2026

ଗ୍ରାମବାସୀ ବ୍ୟକ୍ତିଗତ ସ୍ବାର୍ଥ ଉଦ୍ଦେଶ୍ୟରେ ସରକାରୀ ଜାଗା ଉପରୁ ମୂଲ୍ୟବାନ ଔଷଧୀୟ ବୃକ୍ଷ ସବୁ କାଟିନେଲେ..

IMG-20250419-WA0026
Share

-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗରେଇ ପଞ୍ଚାୟତ ଅନ୍ତର୍ଗତ ବିବଛପୁର ଗ୍ରାମର ଲୋକମାନେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସରକାରୀ ଜମି ଉପରେ ଥିବା ମୂଲ୍ୟବାନ ଗଛ ଗୁଡ଼ିକୁ ଜେସିବି ସାହାଯ୍ୟରେ ଉପାଡ଼ି ପକାଇଛନ୍ତି ସରକାରୀ ଜମିକୁ ବ୍ୟକ୍ତିଗତ ଅକ୍ତିଆରରେ ରଖି କିଛି କରିବା ଉଦ୍ୟସରେ ,ଏମିତିକି ଦୀର୍ଘ ଦଶ ବର୍ଷ ଧରି ପୂଜା କରାଯାଉଥିବା ଔଷଧୀୟ ଅଁଳା ବୃକ୍ଷ କୁ ବି କାଟି ଦିଆଯାଇଛି,ପୂଜା ପାଉଥିବା ବଉଳ ଗଛକୁ ବି କାଟି ଦିଆଯାଇଛି,କିଛି ବୁଦ୍ଧିଜୀବୀ ଲୋକେ ବିରୋଧ କରିବା ପରେ ବି ତାଙ୍କ କଥାକୁ କର୍ଣ୍ଣ ପାତ କରାଯାଇନାହିଁ,ବିବଛ ପୁର ଗ୍ରାମର ସ୍କୁଲ ସାହି ରେ ଏମିତି ଅବସ୍ଥା ହୋଇଛି,ଏମିତି କି ସରକାରୀ ଜମି ଉପରୁ ମୂଲ୍ୟବାନ ଗଛ ଗୁଡ଼ିକୁ ଉପାଡ଼ିଦେବା ନିୟମ ବିରୁଦ୍ଧ ଥିବା ସତ୍ୱେ ତାହାକୁ ଅଣ ଦେଖା କରାଯାଇଛି,ଜେସିବି ସାହାଯ୍ୟ ରେ ଏହି କାର୍ଯ୍ୟ କରାଯାଇଥିବା ବେଳେ, ପାଣି ପାଇପ ଫାଟି ପିଇବା ପାଣି ର ସମସ୍ୟା ଦେଖା ଦେଇଛି,ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ବେଳେ ଏହି କାର୍ଯ୍ୟ କୁ ବୁଦ୍ଧିଜୀବୀ ମାନେ ଘୋର ନିନ୍ଦା କରିବା ସହ ଏହା ଉପରେ କାର୍ଯାନୁଷ୍ଠାନ ଦାବୀ କରିଛନ୍ତି,।