ହରହରି ମହାବୀର ଙ୍କ ଦ୍ୱାଦଶବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ
ତିର୍ତ୍ତୋଲ ତା 28/3/2026 ତିର୍ତ୍ତୋଲବ୍ଲକ, ଗରାମ ପଞ୍ଚାୟତ ଅଧିନ, ପୁଣ୍ୟତୋୟା ହଂସୁଆନଦୀ ର ତଟଦେଶରେ, ବଡ଼ିଜଙ୍ଗା ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ହରହରି ମହାବୀର ଙ୍କ ପୀଠସ୍ଥଳିରେ ଦ୍ୱାଦଶବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଗତ ଶନିବାରଦିନ ବିଳମ୍ବିତ ରାତ୍ରୀରେ, ବିପୁଳଜନସମାଗମ ମଧ୍ୟରେ ଉଦଯାପିତ ହୋଇଯାଇଛି l ଗତ ମାର୍ଚ୍ଚ 25 ତାରିଖରୁ ଆରମ୍ଭ ହୋଇଥିବା ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ନିତ୍ୟପୂଜକ ବେଣୁଧର ଶତପଥୀ, ଯଜ୍ଞର ପ୍ରଧାନ ଆଚାର୍ଯ୍ୟ ପଣ୍ଡିତ ସୌମ୍ୟ ପ୍ରସାଦ ତ୍ରିପାଠୀ ଓ ସହଯୋଗୀ ଆଚାର୍ଯ୍ୟ ଲକ୍ଷ୍ମୀନାରାୟଣ ବ୍ୟାସ ଦାୟିତ୍ୱ ସମ୍ପାଦନ କରିଥିଲେ l ପୁସ୍ତକାଚାର୍ଯ୍ୟ ଶକ୍ତିପ୍ରସାଦ ନନ୍ଦ ଙ୍କ ସମେତ ସନାତନ ଦାଶ, ଗଗନବିହାରୀ ଷଡ଼ଙ୍ଗୀ o ଶ୍ରୀକାନ୍ତ କୁମାର ପାଢ଼ୀ ପ୍ରମୁଖ ଯଜ୍ଞ ପରିଚାଳନା କରିଥିଲେ l ପ୍ରଦୀପ୍ତ କୁମାର ସ୍ୱାଇଁ ଓ ପ୍ରିୟଙ୍କା ସ୍ୱାଇଁ ଯଜ୍ଞର କର୍ତ୍ତାକର୍ତ୍ତ୍ରୀ ଭାବରେ ନିୟୋଜିତ ହୋଇଥିବାବେଳେ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ, ସମିତିସଭ୍ୟା ସୁଭଦ୍ରା ଦାସ, ପ୍ରସନ୍ନ ଦାସ ଓ ସାରଳାସଂସ୍କୃତିଗବେଷକ ରମାକାନ୍ତ ରାଉଳ ଙ୍କ ବହୁବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସ୍ୱତନ୍ତ୍ରଅତିଥି ଭାବେ ଯୋଗଦେଇ, ଏଭଳି ଏକ ସୁନ୍ଦର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏ ଅଞ୍ଚଳରେ ଭାଇଚାରା କୁ ସୁଦୃଢ କରିବା ସହିତ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟିକରିଛି ଏବଂ ଏହାର ଆୟୋଜକ ମାନେ ବାସ୍ତବିକ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ l ଏହି ଉପଲକ୍ଷେ ଭିନ୍ନଭିନ୍ନ ଦିବସରେ କଳସଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୁଜା, ଅଙ୍କୁରାରୋପଣ, ଅଗ୍ନିସ୍ଥାପନ, ଯଜ୍ଞରେ ଆହୁତି ପ୍ରଦାନ, ମହାମନ୍ତ୍ରନାମଯଜ୍ଞ, ଷୋଡଶଉପଚାର ପୂଜାର୍ଚ୍ଚନା, ଭକ୍ତିସଙ୍ଗୀତ ଓ ଆଧ୍ୟାତ୍ମିକ ନୃତ୍ୟସଙ୍ଗୀତ ର ଆସର ର ଆୟୋଜନ କରାଯାଇଥିଲା l ତେବେ ଏହିସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଶ୍ରୀ ହରହରି ମହାବୀର ଯଜ୍ଞ ପରିଚାଳନା କମିଟି ଓ ବଡ଼ିଜଙ୍ଗା ଗ୍ରାମର ସମସ୍ତ ଅଧିବାସୀ ମାନେ ପରିଚାଳନା କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
