ଦାସଙ୍ଗସାହି ରାଧାକାନ୍ତ ଜୀଉ ଙ୍କ ପୀଠ ରେ ଆଧ୍ୟାତ୍ମିକ ଆଲୋଚନା ଓ ସମ୍ବର୍ଦ୍ଧନା ଉତ୍ସବ
ତିର୍ତ୍ତୋଲ ତା 28/3/2026 ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ରଘୁନାଥପୁର ବ୍ଲକ ଏରଡ଼ଙ୍ଗା, ପୁରୁଣାବସନ୍ତ, ଦାସଙ୍ଗସାହି ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ଜୀଉ ଙ୍କ ପୀଠସ୍ଥଳିରେ ଆସନ୍ତା ଏପ୍ରିଲ 22 ତାରିଖ ରୁ 25 ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ବିଶ୍ଵଶାନ୍ତି ମହାଯଜ୍ଞ ର ଚୂଡାନ୍ତପ୍ରସ୍ତୁତି ବୈଠକ ସହିତ ଆଧ୍ୟାତ୍ମିକଆଲୋଚନା ଓ ସମ୍ବର୍ଦ୍ଧନା ଉତ୍ସବ, କଟକ ତୁଳସୀପୁର ସ୍ଥିତ ସାରଦା ଶୂନ୍ୟଗାଦି ଆଶ୍ରମ ର ପ୍ରତିଷ୍ଠାତା ସନ୍ଥ ନିର୍ଭୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ରେ ଓ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଗତ ଶନିବାରଦିନ ମଧ୍ୟାହ୍ନ ରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଶାନ୍ତ କୁମାର ପଣ୍ଡା, ଉମେଶ କୁମାର ନନ୍ଦ, ନାରାୟଣ ଦାସ, ପ୍ରହଲ୍ଲାଦ ସାହୁ ପ୍ରମୁଖ ଙ୍କୁ ଆଧ୍ୟାତ୍ମିକ ସେବା ସମ୍ନାନ ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଦୁର୍ଲଭ ଚରଣ ମହାନ୍ତି, ଭାଗିରଥି ନାୟକ, ସନ୍ତୋଷ କୁମାର ଶତପଥୀ, ରାଜେନ୍ଦ୍ର ନାୟକ, ପ୍ରବୋଧ ଚନ୍ଦ୍ର ଦାସ ଙ୍କ ସମେତ ଆଞ୍ଚଳିକ ଯୁବକ ସଙ୍ଘ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଯୁବସେବା ସମ୍ମାନ ପ୍ରଦାନ କରାଯାଇଥିଲା l ସେହିପରି ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଶାନ୍ତିଲତା ଦାସ, ଶକ୍ତିସ୍ୱରୂପା, ମହାବୀର , ଦିବ୍ୟଜ୍ୟୋତି, ମା ଚାଚଖାଇ, ମା ମଙ୍ଗଳା, ବାସୁଦେବ, ପତିତପାବନ ଓ ମା ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କୁ ମଧ୍ୟ ଶୀଲ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ତବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଯଜ୍ଞ ପରିଚାଳନା କମିଟି ର କର୍ମକର୍ତ୍ତା ଅମୁଲ୍ୟ କୁମାର ଦାସ, ଅଧିକାରୀ ହରେକୃଷ୍ଣ ଦାସ ଙ୍କ ସମେତ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
