ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ – ୨୦୨୬
ବରଗଡ,
ଭେଡେନ ବ୍ଲକ କୁବେଡେଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରାରମ୍ଭିକ କାର୍ଯ୍ୟକ୍ରମ ୬୯ତମ ରକ୍ତ ଦାନ୍ ଶିବିର କୁ ପ୍ରାରମ୍ଭିକ ଯୋଡି ସ୍ବାମୀ ସ୍ତ୍ରୀ ରକ୍ତ ଦାତା ଶ୍ରିଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର୍ ଓ ଶ୍ରିମତି ସଂଗିତା ମେହେର୍ ଯୁଗ୍ମ ଭାବେ ଉଦଘାଟନ କରିଥିଲେ। ୫ଜଣ ମହିଳା ସମେତ ସର୍ବମୋଟ୍ ୫୧ୟୁନିଟ୍ ରକ୍ତ ସଂଗ୍ରହ ହେଲା। ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ସୁନିଲ୍ ବାଗ୍ ଦେବାଶିଷ ମିଶ୍ର ଗଣେଷ ପ୍ରଧାନ ବିନୋଦ୍ ବେହେରା ଅଗ୍ନି ମହାନନ୍ଦ ରକ୍ତ ସଂଗ୍ରହ କରିଥିଲେ। ଉତ୍ସବର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବର୍ଦ୍ଧନା ସଭାରେ ଅମୃତ୍ କୁଟୁମ୍ ସଭାପତି ଶ୍ରିଯୁକ୍ତ ଆନନ୍ଦ ଚନ୍ଦ୍ର ସୁନା ମୁଖ୍ଯ ଅତିଥି ଶ୍ରିଯୁକ୍ତ ସନ୍ତୋଷ କୁମାର ପଣ୍ଡା (ଅବସରପ୍ରାପ୍ତ ଅଧ୍ୟାପକ ମହିଳା ମହାବିଦ୍ୟାଳୟ ବରଗଡ୍)ମୁଖ୍ୟବକ୍ତା ଶ୍ରିଯୁକ୍ତ ରାମଚନ୍ଦ୍ର ସାହୁ (ଅବସରପ୍ରାପ୍ତ ଅଧ୍ୟକ୍ଷ ପଲ୍ଳିସ୍ରି ମହାବିଦ୍ୟାଳୟ ଚିଚିଣ୍ଡା) ସମ୍ମାନିତ ଅତିଥି ଭାବରେ ଶ୍ରିଯୁକ୍ତ ଜନ୍ମେଜୟ ମିଶ୍ର (ସରପଞ୍ଚ କୁବେଡେଗା ଗ୍ରାମପଞ୍ଚାୟତ) ଓ ଭାଷାବିତ ତଥା ଆଲୋଚକ ଶ୍ରିଯୁକ୍ତ ଉପ୍ତନ୍ନ କୁମାର୍ ଭୋଇ ମଞ୍ଚାସିନ ଥିଲେ। ଏହି ଉତ୍ସବରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୃକ୍ଷ ରୋପଣ କରିଥିବା ଶ୍ରିଯୁକ୍ତ ରଘୁନାଥ ପଧାନଙ୍କୁ ଅମୃତ୍ ସେବା ସମ୍ମାନ୍,ବିନିକା ଅଞ୍ଚଳର ଆଦର୍ଶ ଶିକ୍ଷକ ଶ୍ରିଯୁକ୍ତ ଦେବଦତ୍ତ ପଣ୍ଡା ଙ୍କୁ ଅମୃତ୍ ଶିକ୍ଷା ସମ୍ମାନ ଓ ୧୦୮ଥର ରକ୍ତ ଦାନ୍ କରିଥିବା ରକ୍ତ ଦାତା ଶ୍ରିଯୁକ୍ତ ଅଶୋକ କୁମାର ଅଗ୍ରୱାଲ ଙ୍କୁ ଅମୃତ୍ ସ୍ବାସ୍ଥ୍ୟ ସେବା ସମ୍ମାନ୍ ରେ ସମ୍ମାନିତ କରାଗଲା। ସମାଜ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଷ୍ଠା ପରିବାର ଖଣ୍ଡହଥା,ଯୁବ ଗୋଷ୍ଠୀ ସାହ୍ଳେପାଲି,ରାଜ୍ ମିସ୍ତ୍ରୀ ସଂଘ ଭେଡେନ୍, ଭୁଲିଆ ସମାଜ ଜାଣ୍ଡୋଲ୍, ଜିଲ୍ଲା ସମାଜ ସେବି ସଂଘ ବରଗଡ୍, ଓ ଅନ୍ଯ ବହୁ ଅନୁଷ୍ଠାନ କୁ ଅମୃତ୍ ସେବା ସମ୍ମାନ୍ ରେ ସମ୍ମାନିତ କରାଗଲା। ସଭାରେ ରକ୍ତର କୈଣସିଟି ଜିବନ ନଷ୍ଟ ନ ହୋଇଦେବାକୁ ସମସ୍ତ ସଂଗଠନ ମତ ପ୍ରଦାନ୍ କରିଥିଲେ। ଶେଷରେ ଅମୃତ୍ କୁଟୁମ୍ ଉପସଭାପତି ଶ୍ରିଯୁକ୍ତ ରୁଦ୍ରନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଘନଶ୍ୟାମ ପତି ବିରେନ୍ଦ୍ର ବନଛୋର୍ ମହାଦେବ ଦିପ୍ ରାମଚନ୍ଦ୍ର ପଧାନ୍ ଭୈରବ ରଥ ସାନନ୍ଦ ବାଗ୍ ସୁସନଜିତ୍ ତ୍ରିପାଠି କୁନା ମିଶ୍ର ତଥା ଅମୃତ୍ କୁଟୁମ୍ ର ସବୁ ସଦସ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ ।
