September 5, 2026

ହତ୍ୟା ଧମକ ନେଇ ଥାନାରେ ମାମଲା

IMG-20260905-WA0079
Share

 

 

ହାଟଡିହି ତା ୫/୯(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କୁଆଡ଼ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ମାମଲା ନଂ ୩୪୫/୨୦୨୬ ପଞ୍ଜିକରଣ ହୋଇଛି l ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ମନମୋହନ ବାରିକଙ୍କ ପୁଅ କପିଳା (୩୬ ବର୍ଷ) ରାସ୍ତାରେ ଯାଉଥିଲେ l ତାଙ୍କୁ ସେହି ଗ୍ରାମର ଅଭିଯୁକ୍ତ କରୁଣାକର ଜେନା ଏବଂ ରାଜୁ ଜେନା ଖରାପ, ଭାଷାରେ ଗାଳି, ଗୁଲଜ କରି ତାଙ୍କ ଗାଡି ଚାବି କାଠି ନେଇ ଯାଇଥିଲେ l ଏଥିସହ ମାଡ଼ ମାରି କପିଳା ପିନ୍ଧିଥିବା ସୁନା ଚେନକୁ ଛଡାଇ ନେଇ ହତ୍ୟା ଧମକ ଦେଇଥିଲେ l ଘଟଣାକୁ ନେଇ ଗ୍ରାମର ଭଦ୍ର ଲୋକଙ୍କ ପରାମର୍ଶ କ୍ରମେ ଅଭିଯୋଗକାରୀ କପିଳା ଥାନାରେ ଦ୍ୱାରସ୍ଥ ହୋଇଥିଲେ l ଏହାକୁ ନେଇ ଗାଁ ରେ ଉତ୍ତେଜନା ପ୍ରକାଶ ପାଇଛି।