September 5, 2026

ଘରୋଇ ବସ୍ ମାଲିକ ସଂଘର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ 

IMG-20260905-WA0075
Share

 

ବୁଗୁଡ଼ା : ତା ୦୫/୦୯/୨୬ : ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶସ୍ଥ ଜନ ସୁବିଧା କେନ୍ଦ୍ରରେ ସ୍ଥାନୀୟ ଶ୍ରୀ ବଳଦେବସ୍ବାମୀ ଘରୋଇ ବସ୍ ମାଲିକ ସଂଘର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସଂଘ ସଭାପତି ହର ପ୍ରସାଦ ଦାଶଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ

ଆସ୍କା ଓମିନି ବସ୍ ମାଲିକ ସଂଘ ସଭାପତି ରାଜେନ୍ଦ୍ର କୁମାର ପୋଲାଇ , ଭଞ୍ଜନଗର ସଂଘ ଷ୍ଟାଣ୍ଡ ସମ୍ପାଦକ ଏ.ବେନୁଗୋପାଳ ରାଓ , ବ୍ରହ୍ମପୁର ସଂଘର ବିରଜାମଣି ତ୍ରିପାଠୀ ଓ ସୁନୀଲ କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇ ସଂଘର ସଂଗଠନକୁ ମଜଭୁତ ସାଙ୍ଗକୁ ସୁପରିଚାଳନା ଦିଗରେ ମାର୍ଗ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର, ଆସ୍କା, ଭଞ୍ଜନଗର,ଭୁବନେଶ୍ୱର, ନୟାଗଡ, ଓଡଗାଁ, ଦଶପଲ୍ଲା, ଖଣ୍ଡପଡା, ରଣପୁର ସଂଘର ବହୁ ବସ୍ ମାଲିକ ଉପସ୍ଥିତ ରହିଥିଲା ବେଳେ ପରିଚାଳନାରେ ଯଯାତି କେଶରୀ ମହାନ୍ତି, ସରୋଜ ସାହୁ, ଯଶକେସନ ପୃଷ୍ଟି , ସୂର୍ଯ୍ୟ ଗୌଡ଼, ହୃଷିକେଶ ପାଣି, ସୁଦର୍ଶନ ପୃଷ୍ଟି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ସଂଘ ସମ୍ପାଦକ ଦିପକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।