ଜୟପୁର ପୂରୁଣା ବସଷ୍ଟାଣ୍ଡ୍ ର ଘରେଇ ବସ ଟିକଟ କାଉଣ୍ଟର ଉଚ୍ଛେଦ
(ଗୁପ୍ତେଶ୍ୱର ରଥ)ଜୟପୁର ପୁରୁଣା ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ଘରୋଇ ବସ୍ ଟିକଟ କାଉଣ୍ଟରକୁ ଉଚ୍ଛେଦ କରିଛି ପ୍ରଶାସନ ତହସିଲଦାର ସବ୍ୟସାଢୀ ଜେନା, ସୁପରଭାଇଜର ହରିହର ଶତପଥୀ, ବିଦ୍ୟୁତ ବିଭାଗ ଓ ଟାଉନ ପୁଲିସ ଉପସ୍ଥିତିରେ କାଉଣ୍ଟରକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ସରକାରୀ ବସଷ୍ଟାଣ୍ଡ ପାର୍ଶ୍ଵରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଘରୋଇ ଟିକଟ କାଉଣ୍ଟର କରିବା ନେଇ ୨୦୨୨ ମେ ୧୮ରେ ପ୍ରାଇଭେଟ ବସ ଓନର୍ସ ଆସୋସିଏସନ ପକ୍ଷରୁ କୋର୍ଟରେ ମାମଲା ହୋଇଥିଲା। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଅକ୍ଟୋବର ୩୧ରେ ୧୫ ଦିନ ମଧ୍ୟରେ କାଉଣ୍ଟର ଖାଲି କରିବାକୁ ରାୟ ଶୁଣାଇଥିଲେ। ୨୦୨୫ ଡିସେମ୍ବର ୫ରେ ତହସିଲଦାର ଟିକଟ କାଉଣ୍ଟରକୁ ତାଲା ପକାଇ ୧୦ ଦିନ ମଧ୍ୟରେ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଦେଶନାମାକୁ ନମାନି କାଉଣ୍ଟର ସମ୍ମୁଖରେ ଟିକଟ ବିକ୍ରି ଚାଲିଥିବାରୁ ଆଜି ଜବରଦଖଲ ଉଚ୍ଛେଦ କରିଥିଲା ପ୍ରଶାସନ। ଉକ୍ତ ଜାଗା ଏନଏଚକୁ ହସ୍ତାନ୍ତର କରାଯିବ ବୋଲି ତହସିଲଦାର ଶ୍ରୀ ଜେନା ସୂଚନା ଦେଇଛନ୍ତି।
