ଆଧ୍ୟାତ୍ମିକବାଦୀ ପ୍ରଦୀପ୍ତ ସିଂହ ଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ତିର୍ତ୍ତୋଲ :-ତା-୨୭/୩/୨୬,
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ସେ ଥିଲେ ଏକାଧାରରେ ଜଣେ ଦରଦୀ ମଣିଷ,କର୍ମ ନିଷ୍ଠ,ପରୋପକାରୀ, ଆଧ୍ୟାତ୍ମିକବାଦୀ, ଆଦର୍ଶ ଶିକ୍ଷାବିତ୍, ଅଭିନେତା,ମଞ୍ଚ ନିର୍ଦ୍ଦେଶକ, ସିରିଏଲ ଅଭିନେତା, ଉଚ୍ଚକୋଟିର କଳାକାର । ଏପରି ଲୋକପ୍ରିୟ ବ୍ୟକ୍ତି ସ୍ବର୍ଗତଃ ପ୍ରଦୀପ୍ତ କୁମାର ସିଂହ ଙ୍କ ଏକାଦଶାହ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତର ମତ୍ତଗଜପୁର ଗ୍ରାମସ୍ଥ ନିଜ ବାସଭବନ ରେ । ଶିକ୍ଷକତା ର ଅବସର ପରେ ଭୁବନେଶ୍ୱର ରେ ଅବସ୍ଥାନ କରୁଥିବା ସ୍ବର୍ଗତଃ ସିଂହ ଜୀବନର ଶେଷ ସମୟ ନିଜ କନ୍ୟା ପାଖରେକଟେଇବାକୁ ସୁଦୂର ଆସାମ ଯାଇଥିଲେ । ସେଇଠାରେ ତାଙ୍କର ଶରୀର ଆତ୍ମା ଠାରୁ ଅବସର ନେଇଗଲା । ମାତ୍ର ଅନ୍ତେଷ୍ଟି କ୍ରିୟା ନିଜ ଜନ୍ମସ୍ଥାନରେ କରାଯାଇ ଥିଲା । ଏହି ଅବସରରେ ତାଙ୍କ ଦ୍ୱାରା ନିର୍ମିତ “ସବୁଜ ସ୍ବପ୍ନ ” ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାନାମ୍ବର ପୃଷ୍ଟି ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକନେତା ଅକ୍ଷୟ କୁମାର ଦାସ, ଆଇନୀଜୀଵି ଭଜହରି କର, ସଂଗୀତ ଗୁରୁ ସୁଧାଂଶୁ ଶେଖର ସିଂହ,ଅବସରପ୍ରାପ୍ତ ଶିକ୍ଷାବିତ୍ ପବିତ୍ର କୁମାର କର, ବନମାଳୀ ମହାରଣା, ଅଜୟ କୁମାର ସ୍ୱାଇଁ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ, ଦେବେନ୍ଦ୍ର କୁମାର ମହାନ୍ତି, ଫକୀର ଚରଣ ସାହୁ,ଦାଇଁଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନଞ୍ଜୟ ସୁତାର ଓ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତିର୍ତ୍ତୋଲ ଜଣେ ଭଲ ମଣିଷ କୁ ହରେଇଲା ବୋଲି ସ୍ବର୍ଗତଃ ସିଂହ ଙ୍କ ସହପାଠୀ ସୁଧାଂଶୁ ସାରେ ଭାବବିହ୍ୱଳ ହୋଇ କାନ୍ଦି କାନ୍ଦି କହିଥିଲେ । ବାସ୍ତବରେ ଏଇ ଅଞ୍ଚଳର କଳା ର ଅମ୍ଲାନ ସୂର୍ଯ୍ୟ ର ଅବସାନ ପଞ୍ଚାୟତ ତଥା କଳା ଜଗତ ପାଇଁ ଅପୂରଣୀୟ ଅଭାବ ସୃଷ୍ଟି କରି ଦେଲା ।ସାମୁହିକ ନିରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ସଭା ପରିଚାଳନା ଅଜୟ ସ୍ୱାଇଁ କରିଥିବା ବେଳେ ବାନାମ୍ବର ପୃଷ୍ଟି ପ୍ରାରମ୍ଭ ଶୋକ ସଂଗୀତ ଗାନ କରି ଥିଲେ ,ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଜୟ ସ୍ୱାଇଁ । ଅତିଥି ଚର୍ଚ୍ଚା କରିଥିଲେ ସ୍ବର୍ଗତଃ ସିଂହ ଙ୍କ ସୁପୁତ୍ର ଆଲୋକ କୁମାର ସିଂହ ।
