April 26, 2026

ଗୁଣୁପୁର ରେ ରନ୍ଧନ ଗ୍ୟାସର ଘୋର ଅଭାବ  ବିଭିନ୍ନ ହୋଟେଲ ରେଷ୍ଟରେଣ୍ଟ ଉପରେ ପ୍ରଶାସନ ର ଚଢ଼ାଉ 

IMG-20260328-WA0003
Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ମଧ୍ୟ ପ୍ରାଚ୍ୟ ରେ ଯୁଦ୍ଧ ପରିସ୍ଥିତି ଓ ହର୍ମୁଜ ପ୍ରଣାଳୀ ଦେଇ ତୈଳ, ରନ୍ଧନ ଗ୍ୟାସ ଏସବୁ ଆସିବାରେ ନାନା ସମସ୍ୟା ସୃଷ୍ଟି ହେଇଛି। ଏଭଳି ସ୍ଥଳେ ସାରା ଭାରତରେ ଏବେ ରନ୍ଧନ ଗ୍ୟାସ ସଙ୍କଟ ଦେଖାଦେଇଛି। ଓଡ଼ିଶାରେ ମଧ୍ୟ ସମସ୍ୟା ଗମ୍ଭୀର ରାଜ୍ୟ ସରକାର ଗ୍ୟାସ ସଙ୍କଟ ନାହିଁ ବୋଲି ବାହାସ୍ପଟ ମାରୁଥିବା ବେଳେ ସାଧାରଣ ଲୋକେ ଗ୍ୟାସ ପାଇବାରୁ ବଞ୍ଚିତ ହେଉଥିବା ପ୍ରତିଦିନ ଅଭିଯୋଗ ହେଉଛି। ଗ୍ୟାସ ସଙ୍କଟ ଯୋଗୁଁ ପ୍ରାୟ 50 ପ୍ରତିଶତ ହୋଟେଲ ବନ୍ଦ ହୋଇ ଗଲାଣି। ଏଭଳି ପରିସ୍ଥିତି ରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଆଜି ଯୋଗାଣ ବିଭାଗ, ତହସିଲଦାର ମିଳିତ ଭାବେ ଗୁଣୁପୁର ର ବିଭିନ୍ନ ହୋଟେଲ ଓ ରେଷ୍ଟରେଣ୍ଟ ଉପରେ ଅଚାନକ ଚଢ଼ାଉ କରିଥିଲେ। ନିଉ ଗ୍ରୀନ ଚିଲି ରେଷ୍ଟରେଣ୍ଟ ରୁ 3 ଟି ଘୋରେଇ ରନ୍ଧନ ଗ୍ୟାସ ଜବତ କରାଯାଇଥିଲା। ଅସତ ଉପାୟରେ ଗ୍ୟାସ କାରବାର ହେଉଥିବା ସ୍ପଷ୍ଟ ଜଣାପଡିଛି। ଅନ୍ୟ ରେଷ୍ଟରେଷ୍ଟ ଗୁଡିକ ର ମାଲିକ ମାନେ ନିଜ କମର୍ସିଆଲ କଂଜୁମର ନମ୍ବର ଦେବା ସହ କାଠ ଚୁଲି ବ୍ୟବହାର କରିବାକୁ ପ୍ରଶାସନ କୁ ଅନୁମତି ମାଗିଥିବା ଜଣାପଡିଛି। ଉପଜିଲ୍ଲାପାଳ ଙ୍କ ଏଭଳି ନିଷ୍ପତ୍ତି କୁ ସାଧାରଣରେ ସ୍ୱାଗତ କରାଯାଇଛି। ଅସାଧୁ କାରବାର ରେ ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଛନକା ପଶିଛି।