April 26, 2026

ଗୃହରେ ପରିବହନ ମନ୍ତ୍ରୀଙ୍କ ଉତ୍ତର, ୨୦୨୪ ତୁଳନାରେ ୨୦୨୫ ରେ ବଢ଼ିଛି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା

IMG-20260327-WA0000
Share

 

ହେଲେ ୨୦୨୫ ରେ ଆହାତଙ୍କ ସଂଖ୍ୟା ସମାନ ଥିବା ବେଳେ ମୃତକଙ୍କ ସଂଖ୍ୟା ଦୈନିକ ୧୭ ରୁ ୧୮ କୁ ବୃଦ୍ଧି ପାଇଛି । ଆଇଆଇଟି ମାଡ୍ରାସର ରିସର୍ଚ୍ଚ ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି । ଏହି ତଥ୍ୟ ମୁତାବକ ୨୦୨୪ ରେ ସଡ଼କ ଦୁର୍ଘଟଣାରେ ୬୧୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୫ ରେ ଏହି ସଂଖ୍ୟା ୬୪୮୩ ରେ ପହଂଚିଛି ।

 

 

୨୦୨୪ ତୁଳନାରେ ୨୦୨୫ ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ବୃଦ୍ଧି ପାଇଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀଙ୍କ ଉତ୍ତର ମୁତାବକ ୨୦୨୪ ରେ ସଡ଼କ ଦୁର୍ଘଟଣାରେ ଦୈନିକ ୧୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ୩୦ ଜଣ ଆହାତ ହେଉଥିଲେ । ହେଲେ ୨୦୨୫ ରେ ଆହାତଙ୍କ ସଂଖ୍ୟା ସମାନ ଥିବା ବେଳେ ମୃତକଙ୍କ ସଂଖ୍ୟା ଦୈନିକ ୧୭ ରୁ ୧୮ କୁ ବୃଦ୍ଧି ପାଇଛି । ଆଇଆଇଟି ମାଡ୍ରାସର ରିସର୍ଚ୍ଚ ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି । ଏହି ତଥ୍ୟ ମୁତାବକ ୨୦୨୪ ରେ ସଡ଼କ ଦୁର୍ଘଟଣାରେ ୬୧୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୫ ରେ ଏହି ସଂଖ୍ୟା ୬୪୮୩ ରେ ପହଂଚିଛି ।

 

 

 

ସଡ଼କ ଦୁର୍ଘଟଣା ରୋକିବାକୁ ରାଜ୍ୟ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ଅନେକ ଯୋଜନା କରିବା ସହ କଟକଣା ମଧ୍ୟ ଲଗାଉଛନ୍ତି । ଏହାସହ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ ହଜାର ହଜାର ଟଙ୍କା ଜରିମାନା ଆଦାୟ କରୁଛନ୍ତି । ତଥାପି ସଡ଼କ ଦୁର୍ଘଟଣା କମିବାର ନାଁ ନେଉନି । ସଡ଼କ ଦୁର୍ଘଟଣା ପାଇଁ ଅନେକାଂଶରେ ଗାଡି ଚାଳକମାନେ ଦାୟୀ ବୋଲି କୁହାଯାଉଥିବା ବେଳେ କିଛି ସ୍ଥଳରେ ଖରାପ ରାସ୍ତା ପାଇଁ ସଡ଼କ ଦୁର୍ଘଟଣା ଘଟୁଥିବା ମଧ୍ୟ କୁହାଯାଉଛି ।