Chakunda wood: ଚୁଲିମୁଣ୍ଡକୁ ଫେରିଲା ଘଷି: ଚାକୁଣ୍ଡା କାଠ ଅମୂଲ ମୂଲ, ଆପାର୍ଟମେଣ୍ଟରେ ବେଳାଏ ରୋଷେଇ
କିଛି ବର୍ଷ ହେଲା ଘଷି ପାରିବା ଏକପ୍ରକାର ବନ୍ଦ ହୋଇଯାଇଥିଲା। ସେହିଭଳି ଜାଳେଣୀ କାଠ ବ୍ୟବହାର ବି ବହୁ ପରିମାଣରେ କମିଯାଇଥିଲା। ବଡ଼ ପରିବାରରେ ଭାତହାଣ୍ଡି ଚୁଲିରେ ବସୁଥିଲା ସିନା, ତରକାରୀ କଡ଼େଇ ଗ୍ୟାସ୍ ଚୁଲିରେ ଆଡ଼ା ଜମାଇଥିଲା।
କିଛି ବର୍ଷ ହେଲା ଘଷି ପାରିବା ଏକପ୍ରକାର ବନ୍ଦ ହୋଇଯାଇଥିଲା। ସେହିଭଳି ଜାଳେଣୀ କାଠ ବ୍ୟବହାର ବି ବହୁ ପରିମାଣରେ କମିଯାଇଥିଲା। ବଡ଼ ପରିବାରରେ ଭାତହାଣ୍ଡି ଚୁଲିରେ ବସୁଥିଲା ସିନା, ତରକାରୀ କଡ଼େଇ ଗ୍ୟାସ୍ ଚୁଲିରେ ଆଡ଼ା ଜମାଇଥିଲା। କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ପୁଣି ପୁରୁଣା ସମୟକୁ ଡାକି ଆଣିଛି। ଚୁଲିମୁଣ୍ଡକୁ ଘଷି ଫେରିଛି ଓ ଜାଳେଣି କାଠର ଆଦର ଅଚାନକ ବଢ଼ିଯାଇଛି। ସ୍ଥିତି ଏମିତି ହୋଇଛି ଯେ ଯେଉଁ ଚାକୁଣ୍ଡା କାଠକୁ କେହି ପଚାରୁନଥିଲେ, ତାହା ଆଜି ବଜାରରେ ଅମୂଲ ମୂଲ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଗାଁ ଗଣ୍ଡାରେ ଲୋକେ କାଠଚୁଲି ବ୍ୟବହାର ବଢ଼ାଇଦେଇଛନ୍ତି। ମାତ୍ର ଏହି ଅଞ୍ଚଳରେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ ବାସିନ୍ଦାମାନେ କଲବଲ ଅବସ୍ଥାରେ ଅଛନ୍ତି। ଚୁଲି ଜାଳିବା ପରିବେଶ ନଥିବାରୁ ବହୁ ପରିବାର ବେଳାଏ ରୋଷେଇ କରି ଯେନତେନ ପ୍ରକାରେ ଦିନ କାଟୁଥିବା ଦେଖାଯାଉଛି।
Wood stoves: ହୋଟେଲ, ରେସ୍ତୋରାଁକୁ ଫେରିଲା କାଠଚୁଲା
ଗ୍ରାମାଞ୍ଚଳରେ ବହୁ ଲୋକଙ୍କ ଘରେ ଚୁଲି ଥିଲେ ହେଁ ଅଲୋଡ଼ା ହୋଇ ପଡ଼ିଥିଲା। କିନ୍ତୁ ଏବେ ସବୁଦିନ ସକାଳୁ ଚୁଲି ଲିପାପୋଛା ହେଉଥିବା ଦେଖିବାକୁ ମିଳୁଛି। ବଡ଼ କଥା ହେଉଛି ଏବେ ଖରାଦିନ ହୋଇଥିବାରୁ ଗୋବର ଘଷି ପାରିବା ଓ ଶୁଖାଇବା ସହଜ ହେଉଛି। ଗୋଟିଏ ଦିନରେ ଘଷି ଶୁଖିଯାଉଛି ଏବଂ ଚୁଲିରେ ଜଳିବା ପାଇଁ ଠିକ୍ ହୋଇଯାଉଛି। ତେଣୁ ଗାଁ ଗଣ୍ଡାରେ ଏବେ ଦାଣ୍ଡରୁ ବାଡ଼ିପଟ ପର୍ଯ୍ୟନ୍ତ ମହିଳା ଓ ପୁରୁଷମାନେ ଘଷି ପାରିବା ଦେଖିବାକୁ ମିଳିଲାଣି।
ଉଲ୍ଲେଖନୀୟ କଥା ହେଉଛି, ଏବେ ଗାଁ ଗାଁରେ ଘଷି ବେପାର ବି ଆରମ୍ଭ ହୋଇଗଲାଣି। ୧୦୦ଟଙ୍କାରେ ୪୦ଫଡ଼ା ଘଷି ବିକ୍ରି ହେଉଛି। ସେହିଭଳି ଏହା ଭିତରେ ଜାଳେଣୀ କାଠର ବଜାର ଦର ବଢ଼ିଯାଇଛି। ଯେଉଁ ଚାକୁଣ୍ଡା ଡାଳିକୁ କେହି ପଚାରୁନଥିଲେ, ତାହା ଆଜି କ୍ବିଣ୍ଟାଲ୍ ୭୦୦ଟଙ୍କାକୁ ଟପିବାକୁ ବସିଲାଣି। ପୂର୍ବରୁ ଶୁଖିଲା ଝାଉଁ କାଠର ଚାହିଦା ଥିଲା। ବାହାଘର ଭୋଜିଭାତରେ ଝାଉଁ କାଠ ଲୋଡ଼ାପଡ଼ୁଥିଲା। କିନ୍ତୁ ଏବେ ଚାକୁଣ୍ଡା ବି ଝାଉଁ ଦରକୁ ଛୁଇଁଲାଣି। ତେଣୁ ଯାହା ବାଡ଼ିରେ ଗଛ ଅଛି, ତା’ ପାଇଁ ସମସ୍ୟା ନାହିଁ। କିନ୍ତୁ କିଣିବା ଲୋକଙ୍କୁ ବେଶ୍ ବାଧୁଛି। ରାମଚନ୍ଦ୍ରପୁରର ବିନୟ ମୁଦୁଲିଙ୍କ କହିବା କଥା ପୂର୍ବରୁ ବାହାଘର ଜାଇବଡ଼ି ଅନୁକୂଳ ପାଇଁ ଲୋକେ ଚୁଲି କିଣୁଥିଲେ, ଏବେ କିଛି ଦିନ ହେଲା ଦୈନିକ ୧୫ରୁ ୨୦ ଚୁଲି ବିକ୍ରି ହେଉଛି। ଗୃହିଣୀ ଜୟନ୍ତୀ ପରିଡ଼ା ଓ ଗୀତାଞ୍ଜଳି ଦାସଙ୍କ କହିବା କଥା କଳାବଜାରରୁ ୩୦୦୦ଟଙ୍କା ଦେଇ ଗ୍ୟାସ୍ ସିଲିଣ୍ଡର କିଣିବା ସମ୍ଭବ ନୁହେଁ। ତେଣୁ ଚୁଲିମୁଣ୍ଡକୁ ଫେରିବାକୁ ବାଧ୍ୟ।
The gas crisis will end: ଆମେରିକାରୁ ଆସିଲା ଏଲ୍ପିଜି ଜାହାଜ:ଦୂର ହେବ ଗ୍ୟାସ୍ ସଙ୍କଟ
ଗାଁ ଗହଳିରେ ଚୁଲି ଲୋକଙ୍କ ସମସ୍ୟାର କିଛିଟା ସମାଧାନ କରିଛି ସିନା ଏହି ଅଞ୍ଚଳର ଆପାର୍ଟମେଣ୍ଟ ଓ ଡ୍ୟୁପ୍ଲେକ୍ସ କଲୋନିରେ ରହୁଥିବା ପରିବାରଗୁଡ଼ିକ ବହୁ କଲବଲ ସ୍ଥିତିରେ ରହୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ଘରେ ଚୁଲି ଜଳିବା ପାଇଁ ଜାଗା ନାହିଁ କି ଧୂଆଁ ବାହାରକୁ ଯିବା ପାଇଁ ବାଟ ନାହିଁ। ତେଣୁ ସେମାନେ ଗ୍ୟାସ୍ ସିଲିଣ୍ଡର କିମ୍ବା ଇଣ୍ଡକ୍ସନ ଚୁଲା ଉପରେ ନିର୍ଭରଶୀଳ। ଶାନ୍ତି ଓମ୍ ଆପାର୍ଟମେଣ୍ଟର କିଛି ଗୃହିଣୀଙ୍କ କହିବା କଥା ବିଦ୍ୟୁତ୍ ଚୁଲା ଜାଳିବା ବି ମହଙ୍ଗା। ତେଣୁ ଗ୍ୟାସ୍ ବିତରକଙ୍କୁ ତେଲ ମାରିବା ଛଡ଼ା ଅନ୍ୟ କିଛି ବାଟ ନାହିଁ। ଶିକ୍ଷାବିତ୍ ପ୍ରମୋଦ ଖୁଣ୍ଟିଆଙ୍କ ଅଭିଯୋଗ ଅନୁସାରେ କଳାବଜାରରେ ଗ୍ୟାସ୍ ସିଲିଣ୍ଡର ମିଳୁଛି ଅର୍ଥ ଗ୍ୟାସ୍ ମହଜୁଦ ଅଛି। ସରକାର କଳାବଜାର ରୋକିବା ଦିଗରେ ନିଷ୍ଠାର ସହ କାମ କଲେ, ଲୋକେ ଅସୁବିଧାରେ ପଡ଼ନ୍ତେ ନାହିଁ।
