April 26, 2026
ajiro khabar
Share

 

୧-ଗ୍ରୀଷ୍ମଛୁଟି ପୂର୍ବରୁ ମିଳିବ ସ୍କୁଲ୍ ପୋଷାକ, ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ।

 

୨-ପୁରୀ: ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ।ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

 

୩-ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି, ଆଉ ଖୋଲିବନି ନୂଆ ମଦ ଦୋକାନ।ପୁରୀ ବଡ଼ଦାଣ୍ଡରେ ମଦ ଦୋକାନ ମନା ।

 

୪-ମୋହନା, କେଶରୀ ଗୁଡ଼ା:ଘର,ବାରି,ଗୁହାଳ ଓ ଜଙ୍ଗଲରେ ଲୁଚାଇ ରଖିଥିଲେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ନୀଳଜହର।ଖବର ପାଇ ଧରିଲା ପୁଲିସ।

 

୫-ବଢ଼ିବନି ବିଧାୟକଙ୍କ ଦରମା, ବିଲ୍ ପ୍ରତ୍ୟାହାର ପାଇଁ ବିଧାନସଭାରେ ନୋଟିସ୍ ଜାରି।

 

୬-ପୁଣି ବାରବାଟୀରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍; ଡିସେମ୍ବରରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌।

 

୭-ଭୁବନେଶ୍ୱର:ବଢ଼େଇବାଙ୍କ ଛକ ନିକଟରେ ଅଟକିଲେ ବାବା ଲିଙ୍ଗରାଜ।

 

୮-ଓଡ଼ିଶା ବିଶ୍ବବିଦ୍ୟାଳୟରେ ଖାଲି ପଦ ପୂରଣ ମାମଲା ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦେଶ ।

 

୯-ଭୁବନେଶ୍ୱର:ଠିକଣା ସମୟରେ ସୂଚନା ପ୍ରଦାନ କରି ନ ଥିବାରୁ ୪୨୪ ସୂଚନା ଅଧିକାରୀ ଦଣ୍ଡିତ।

 

୧୦-ଟ୍ବିନ୍‌ସିଟିରେ କାଳବୈଶାଖୀର ତାଣ୍ଡବ, ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ହେଲା କୁଆପଥର ମାଡ଼।

 

୧୧-ଅନ୍ତର୍ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ଯୋଗଦେବା ପାଇଁ ରୋମାନିଆ ଯିବେ କିଟ୍‍ ଓ କିସ୍‍ର ୨୦ଜଣ ଛାତ୍ରୀଛାତ୍ରୀ।

 

୧୨-ସମ୍ବଲପୁର:ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ରାୟ ପ୍ରକାଶ, ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।

 

୧୩-ଏଣିକି ବିନା ଅନୁମତିରେ କୌଣସି ଅଧିକାରୀ ସରକାରୀ କାର୍ଯ୍ୟକ୍ରମରୁ ବାଦ୍ ପଡ଼ିପାରିବେ ନାହିଁ:DGP

 

୧୪-କୋରାପୁଟ:୩୦ ହଜାର ସ୍କୁଲ ପିଲାଙ୍କର ନାହିଁ ଆଧାର,୪୪ ହଜାର ଛାତ୍ରଛାତ୍ରୀଙ୍କର କାର୍ଡ଼ରେ ଅଛି ତ୍ରୁଟି।

 

୧୫-IPL ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ତାଲିକା ଜାରି: ୧୨ଟି ସହର, ହେବ ୫୦ ମ୍ୟାଚ।

 

୧୬-ବିନା KYCରେ ଚାଲିବନି ଫେସବୁକ୍-ଇନଷ୍ଟାଗ୍ରାମ !ଅନଲାଇନ୍ ସୁରକ୍ଷା ପାଇଁ ସଂସଦୀୟ କମିଟିର ସୁପାରିଶ।

 

୧୭-ଆନ୍ଧ୍ର ପ୍ରଦେଶ:ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଲାଗିଲା ନିଆଁ ;୧୩ ଜୀବନ୍ତ ଦଗ୍ଧ।

 

୧୮-ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ।

 

୧୯-ମଧ୍ୟପ୍ରାଚ୍ୟ ସଙ୍କଟ: ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ଆଲୋଚନା।

 

୨୦-ଆଜି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ।

 

 

*ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦ ସଦାସର୍ବଦା ଆପଣ ଓ ଆପଣଙ୍କ ପରିବାର ଉପରେ ରହୁ।*