ଆଜିର ଖବର
୧-ଓଡିଶାରେ CPET ୨୦୨୬ ପିଜି ପ୍ରବେଶିକା ପରୀକ୍ଷା ମେ ୫ରୁ ଆରମ୍ଭ ହେବ। ଏପ୍ରିଲ ୩୦ରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
୨-ଭୁବନେଶ୍ୱର:ସବୁଠି ବାସିବ ଓଡ଼ିଆ ଛୁଙ୍କ, ରାଜ୍ୟ ଓ ରାଜ୍ୟ ବାହାରେ ଖୋଲିବ ଓଡ଼ିଆ ରେସ୍ତୋରାଁ, ପୁଞ୍ଜି ନିବେଶରେ ୫ କୋଟି ସବ୍ ସିଡ଼ି।
୩-ରାଜ୍ୟରେ ମହିଳା ହିଂସା ଉପର ମୁହାଁ,୨୯୪% ବଢ଼ିଛି ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର।।
୪-ଭୁବନେଶ୍ୱର:ବଦଳିଲେ ୩ IAS ଓ ୮ OAS, ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।
୫-ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।
୬-ଗ୍ରାହକକୁ ଓଜନ ମାପରେ ଚୂନ: ପେଟ୍ରୋଲ ଠାରୁ ଅଳଙ୍କାର ,ମିଠା, ଆମିଷ ଓ ପରିବାରେ ବି ଚାଲିଛି ଠକେଇ।
୭-ଆଜି ରୁକୁଣା ରଥଯାତ୍ରା; ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ୫୦ ଫୁଟ୍ ରଥରେ ବିହାରିବେ ମହାପ୍ରଭୁ ଲିଙ୍ଗରାଜ।
୮-ଭୁବନେଶ୍ୱର:ମାର୍ଚ୍ଚ ୨୭ରୁ ଏପ୍ରିଲ୪ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଏକାଠି ହେବେ ୧୦୦ରୁ ଉର୍ଦ୍ଧ୍ୱ ରିଅଲ୍ ଇଷ୍ଟେଟ୍ ସଂସ୍ଥା।
୯-ପୁରୀ:ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ଗଣତି ପ୍ରାୟ ଶେଷ, 3D ମ୍ୟାପିଂ ସହ ପ୍ରସ୍ତୁତ କରାଗଲା ତାଲିକା।
୧୦-ଜଗତସିଂହପୁର,ଜଇପୁର ଛକ:ସାଇକେଲରେ ଘରକୁ ଫେରୁଥିଲେ । ସାଇକେଲକୁ ପିଟିଲା ଦ୍ରୁତଗତିରେ ଆସୁଥିବା କାର୍ । ଦୁର୍ଘଟଣାରେ ସାଇକେଲ ଆରୋହୀ କଲେଜ ଛାତ୍ରୀଙ୍କ ମୃତ୍ୟୁ।
୧୧-ଭୁବନେଶ୍ୱର:ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟଗୋଳ, ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ କଂଗ୍ରେସ ଓ ବିଜେଡି।
୧୨-ବୁଧବାର ଅପରାହ୍ନରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ; ଝଡ଼, କୁଆପଥର ଓ ବଜ୍ରପାତରେ ଅସ୍ତବ୍ୟସ୍ତ ଓଡ଼ିଶା, ବ୍ୟାପକ କ୍ଷୟକ୍ଷତି।
୧୩-ରାଜନୀତିରେ ‘ଘରବାହୁଡା’; ବିଜେଡିକୁ ପୁଣି ଫେରିଲେ ଦୁଇ ଚର୍ଚ୍ଚିତ ନେତା;ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ।
୧୪-ବ୍ରହ୍ମପୁର, ବଡ଼ ବଜାର:ଘରେ କଳାକନା ବୁଲାଇଦେଲେ ଲୁଟେରା, ଲୁଟିନେଲେ କିଲେ ସୁନା ଓ ଦେଢ଼ ଲକ୍ଷ ଟଙ୍କା।
୧୫-ତେଲ ସଂକଟ ଟାଳିବାକୁ ସରକାରଙ୍କ ପଦକ୍ଷେପ:ରୁଷରୁ ଆସିବ ୬ କୋଟି ବ୍ୟାରେଲ ତେଲ।
୧୬-ଭାରତ ପାଖରେ ରହିଛି ପର୍ଯ୍ୟାପ୍ତ ଉର୍ଜା ଭଣ୍ଡାର, ସର୍ବଦଳୀୟ ବୈଠକରେ ବିରୋଧୀଙ୍କୁ ଭରସା ଦେଲେ ସରକାର।
୧୭-ତେଲେଙ୍ଗାନା: ଆସୁଛି ନୂଆ ବିଲ୍;ପିତାମାତାଙ୍କୁ ଅବହେଳା କଲେ କଟିବ ଦରମା,ସିଧାସଳଖ ପିତାମାତାଙ୍କ ଆକାଉଣ୍ଟକୁ ପଠାଯିବ ତାହା।
୧୮-ସ୍ପଷ୍ଟ କଲା ପେଟ୍ରୋଲିୟମ ମନ୍ତ୍ରାଳୟ, ଏଲପିଜି ରିଫିଲିଂ ନିୟମରେ ହୋଇନି ପରିବର୍ତ୍ତନ।
୧୯-ନୂଆଦିଲ୍ଲୀ: ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ୨୦୨୬ ବାଚନିକ ଭୋଟରେ ଗୃହୀତ।
୨୦-ଉଡ଼ାନ୍’ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍, ଖର୍ଚ୍ଚ ହେବ ୨୮,୮୪୦ କୋଟି ଟଙ୍କା।
୨୧-ଆମେ କୌଣସି ଦଲାଲ ଦେଶ ନୁହେଁ…ଇରାନ-ଆମେରିକା ଲଢେଇରେ ପାକର ମଧ୍ୟସ୍ଥତା ଉପରେ ଜୟଶଙ୍କରଙ୍କ ଜବାବ।
୨୨-ହୋର୍ମୁଜ୍ ପ୍ରଣାଳୀରେ ପାକିସ୍ତାନ ଜାହଜକୁ ଫେରାଇ ଦେଲା ଇରାନ।
୨୩-କାସ୍ପିଆନ ସାଗରରେ ଋଷିଆ-ଇରାନ ଅସ୍ତ୍ରଶସ୍ତ୍ର ଯୋଗାଣ ମାର୍ଗ ଧ୍ୱସ୍ତ, ଇସ୍ରାଏଲର ଚଢଉରେ ବ୍ୟାପକ କ୍ଷୟକ୍ଷତି।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
