ବନ ବିଭାଗର ଜଙ୍ଗଲ ନିଆଁ ପ୍ରତିକାର ଓ ତାର ପ୍ରତିରୋଧ ସମ୍ବନ୍ଧିୟ କର୍ମଶାଳା ଅନୁଷ୍ଠିତ..

ମୋହନା(ଗଣେଶ ବିଷୋୟୀ)ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମର ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି।ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ରୂପକ କୁମାର ପ୍ରଧାନଙ୍କ ନିର୍ଦ୍ଧେଶ କ୍ରମେ ପୋଡାମାରି ବନବିଭାଗ କାର୍ଯ୍ୟାଳୟ ଠାରେ ଜଙ୍ଗଲରେ ଲାଗୁଥିବା ନିଆଁର ପ୍ରତିକାର ଓ ତାର ପ୍ରତିରୋଧ ସମ୍ବନ୍ଧିୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ,ଚନ୍ଦ୍ରଗିରି ବନପାଳ ଗଣେଶ ପ୍ରଧାନ,ଚାନ୍ଦିପୁଟ ବନପାଳ ବାରିକ ବେହେରା,ପି.ଗୋବିନ୍ଦପୁର ବନପାଳ ଦୁଃର୍ଯ୍ୟଧନ ଜେନା, ପୋଡାମାରି ବନପାଳ ସୁନୀଲ କୁମାର ମଣ୍ଡଳ,ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥି ସମେତ ସମସ୍ତ ବନରକ୍ଷୀ ଓ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯଦି ସ୍ଥାନୀୟ ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗେ ତାହେଲେ କିଭଳି ଭାବେ ନିଆଁକୁ ଆୟତ୍ତ କରାଯାଇ ପାରିବ।ଜଙ୍ଗଲରେ ନିଆଁ ଲାଗିବା ତଥା ବନ୍ୟ ଜନ୍ତୁ ସୁରକ୍ଷା ଦେବାରେ ଚନ୍ଦ୍ରଗିରି ବନପାଳ ଗଣେଶ ପ୍ରଧାନ ଯେଉଁଭଳି କିଛି ଦିନ ହେଲା ସେ ଓ ତାଙ୍କ ଟିମ ପ୍ରତ୍ୟେକ ପଞ୍ଚାୟତର ଗାଁ ଗୁଡିକୁ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି।ଯାହାକୁ ନେଇ ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି।ଏହା ସଙ୍ଗେ ଜଙ୍ଗଲ ନିଆଁର ପ୍ରତିକାର ଓ ବନ୍ୟଜନ୍ତୁ ଙ୍କୁ ସୁରକ୍ଷା ଦେବା ପାଇଁ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନଙ୍କ ତତ୍ୱାବଧାନରେ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ ସଭ୍ୟା, ସମସ୍ତ ବନରକ୍ଷୀ,ସମସ୍ତ ବନପାଳ ଓ ସମସ୍ତ ତଳିଆ କର୍ମଚାରୀଙ୍କୁ ଜଙ୍ଗଲରେ ନିଆଁ ଲାଗିଲେ କିଭଳି ତାହାର ପ୍ରତିକାର କରାଯାଇ ପାରିବ ଓ ବନ୍ୟଜନ୍ତୁ ଙ୍କୁ କିଭଳି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ତାହାର ଦକ୍ଷତା ବୃଦ୍ଧି ପାଇଁ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସମସ୍ତଙ୍କୁ ବୁଝାଇଥିଲେ।ତତ ସଙ୍ଗେ ସଙ୍ଗେ ଜଙ୍ଗଲ ନିଆଁକୁ ରୋକିବାରେ ଉଲ୍ଲେଖନୀୟ ଅବଦାନ ଥିବା ଖସଡ଼ା ବନ ସୁରକ୍ଷା ସମିତିର ସଭାପତି ଦେବରାଜ ପାଇକଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
