April 26, 2026

ସାରଳା ମନ୍ଦିରର ଭୋଗ ଓ ଦୀପ ଦୋକାନ ନିଲାମ ଶେଷ : ବିଗତବର୍ଷ ଠାରୁ କମିଗଲା ଅଠାଅଶୀ ଲକ୍ଷଟଙ୍କା ..

IMG-20260326-WA0001
Share

ତିର୍ତ୍ତୋଲ ତା 25/3/2026 ଚଳିତ ଆର୍ଥିକବର୍ଷ 2026-27 ପାଇଁ, ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିର, ବେଢାଭିତରେ ଥିବା, ନିଲାମପ୍ରାପ୍ତ ଭୋଗଦୋକାନ ଓ ଦୀପଦୋକାନ ପାଇଁ, ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ କାର୍ଯ୍ୟାଳୟ ରେ ନିଲାମପ୍ରକ୍ରିୟା ଶେଷ ହୋଇଛି l ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ସାରଳାମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା, କନକପୁର ପୋଲିସଫାଣ୍ଡିର ଅଧିକାରୀ ବିଭୁତିକୁମାର ବିଶ୍ୱାଳ, ମନ୍ଦିରର କିରାଣୀ ଦୀପକ ପଣ୍ଡା ଙ୍କ ସମେତ ସମସ୍ତ ନିଲାମଧାରୀ ମାନଙ୍କ ଉପସ୍ଥିତରେ ଟେଣ୍ଡରବାକ୍ସ ଖୋଲାଯାଇଥିଲା l ଭୋଗଦୋକାନ ପାଇଁ ନବେଲକ୍ଷ ଏଗାରହଜାର ସାତଶହ ପଚସ୍ତରୀ ଟଙ୍କା ରେ ସମୀରେନ୍ଦ୍ର ରାଉଳ ସର୍ବୋଚ୍ଚନିଲାମଧାରୀ ଓ ଦୀପ ଦୋକାନ ପାଇଁ ବୟାଅଶି ଲକ୍ଷ ଏକାବନ ହଜାର ଏକଶହ ଏକଟଙ୍କା ରେ ଅନନ୍ତ ଚରଣ ରାଉଳ ନିଲାମ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ l ତେବେ ଆସନ୍ତା ମାର୍ଚ୍ଚ ତିରିଶତାରିଖ ମଧ୍ୟରେ ସମସ୍ତଅର୍ଥ ପଇଠ ନକଲେ ପୁନଃର୍ବାର ଟେଣ୍ଡର ଡକାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ପ୍ରଶ୍ନ ଉଠୁଛି ପ୍ରତିବର୍ଷ ନିଲାମ ମୂଲ୍ୟ ବୃଦ୍ଧିପାଇଆସୁଥିବାବେଳେ, ଗତବର୍ଷ ଅପେକ୍ଷା ଅଠାଅଶି ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱଟଙ୍କା ହ୍ରାସପାଇଥିବାରୁ, ଚଳିତବର୍ଷ ଆୟ ର ପରିମାଣ କମିଯାଇଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି l ସବୁଠାରୁ ବଡ଼କଥା ହେଉଛି, ଯାତ୍ରୀମାନଙ୍କର ଆପତ୍ତି ଅଭିଯୋଗ କୁ ଭିତ୍ତିକରି, ସର୍ବସାଧାରଣ ଙ୍କୁ ଉନ୍ନତମାନର ଭୋଗ ଓ ସୁଲଭମୂଲ୍ୟରେ ପୂଜାସାମଗ୍ରୀ ଯୋଗାଇଦେବାକୁ, ପ୍ରଶାସନ ଆଗକୁ କି ପଦକ୍ଷେପ ଗ୍ରହଣ କରୁଛି, ତାହା ଦେଖିବାକୁ ବାକିରହିଲା l ସୂଚନାଯୋଗ୍ୟ ଆସନ୍ତା ଅପ୍ରେଲ ପହିଲା ଠାରୁ ଏହି ନୂତନ ନିଲାମଦୋକାନ ଖୋଲାଯିବାର ପରମ୍ପରା ପ୍ରଚଳିତ ହୋଇ ଆସୁଅଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର