ଶ୍ରୀରାମ ଓ ପତିତପାବନ ଜୀଉ ଙ୍କ ମନ୍ଦିର ଓ ଶ୍ରୀବିଗ୍ରହ ପ୍ରତିଷ୍ଠା
ତିର୍ତ୍ତୋଲ ତା 25/3/2026 ତିର୍ତ୍ତୋଲବ୍ଲକ ଗୋବିନ୍ଦପୁର ସ୍ଥିତ ପ୍ରଭୁ ଶ୍ରୀରାମ ଓ ପତିତପାବନଜୀଉ ଙ୍କ ନବନିର୍ମିତ ଭବ୍ୟମନ୍ଦିର ଓ ଶ୍ରୀଜୀୟୁ ମାନଙ୍କ ପ୍ରତିଷ୍ଠା ସହିତ, ଗତ ବାଇଶିତାରିଖରୁ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ଯଜ୍ଞ ର ପୂର୍ଣ୍ଣାହୁତି ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବୈଦିକ ରୀତିନୀତି ରେ ଆଚାର୍ଯ୍ୟମାନଙ୍କ ଦ୍ୱାରା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶ୍ରୀରାମସେବାସଙ୍ଗଠନ ର ସଭାପତି ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିଦିନ ସଂଧ୍ୟାରେ ପୁରୀ ଶ୍ରୀକ୍ଷେତ୍ର ର ବାବାଜୀ ବେଣୁଧର ଦାସ ମହାରାଜ ଧାରାବାହିକ ପ୍ରବକ୍ତା ଭାବରେ ଯୋଗଦେଇ, ନିଜକୁ ଓ ପରିବାର କୁ ସତପଥ ରେ ଅନୁଗାମୀ କରାଇ ପ୍ରଭୁ ଶ୍ରୀରାମ ଓ ପରମଭକ୍ତ ହନୁମାନଜୀଉ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ, ବିଭିନ୍ନ ପୁରାଣ ଶାସ୍ତ୍ର, ଵେଦବେଦାନ୍ତ ଉପନିଷଦ ଓ ସାମାଜିକ କଥାବସ୍ତୁର ଉଦାହରଣ ଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି ଅବସରରେ ବରିଷ୍ଠ ଆଇନୀଜୀବି ରାଜକିଶୋର ବେହେରା, ଶୁଭ୍ରକାନ୍ତ ରଣା, ଆନନ୍ଦ ମହାନ୍ତି, ବନୋଜ ନାୟକ, ସତ୍ୟଜିତ ହୋତା, ବିକ୍ରମ ରାଉତ, ଦେବବ୍ରତ ମହାନ୍ତି, ନିରଞ୍ଜନ ଦାସ, ସୂର୍ଯ୍ୟନାରାୟଣ ସ୍ୱାଇଁ, ବିମଳେନ୍ଦୁ ନନ୍ଦ, ସୂର୍ଯ୍ୟକାନ୍ତ କାନୁନଗୋ, ସମରେନ୍ଦ୍ର ଭୋଳ, ମନୋରଞ୍ଜନ ସ୍ୱାଇଁ, ଶାରଦା ଚରଣ ଖୁଣ୍ଟିଆ, ରମେଶ ଚନ୍ଦ୍ର ନାୟକ, କ୍ଷୀରୋଦ ମଲ୍ଲିକ ଓ ଗୌରାଙ୍ଗ ଚରଣ ବାରିକ ପ୍ରମୁଖ ବହୁ ବିଶିଷ୍ଟମାନ୍ୟଗଣ୍ୟ ବ୍ୟକ୍ତି, ଶ୍ରଦ୍ଧାଳୁଭକ୍ତ ଓ ଭଗବତପ୍ରେମୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସକ୍ରିୟଅଂଶଗ୍ରହଣ କରିଥିଲେ l ଆସନ୍ତା ଶ୍ରୀରାମନବମୀ ଦିନ ସ୍ୱତନ୍ତ୍ର ପୂଜାର୍ଚ୍ଚ ନା ସହିତ ସତସଙ୍ଗ କାର୍ଯ୍ୟକ୍ରମ ର ପରିସମାପ୍ତି ହେବ ବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
