April 26, 2026

ଉମରକୋଟ ବ୍ଲକ ଅଧୀନ ଶଙ୍କରଡା ଇୟୁ ଭି ୧୫ନମ୍ୱର ଗ୍ରାମରେ ବାସନ୍ତୀ ଦୁର୍ଗା ପୂଜା ଅନୁଷ୍ଠିତ……..

IMG-20260326-WA0016
Share

ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ)

ଏହି ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପୋଡ଼ାଗଡ ଆଦର୍ଶ ବନ ବିଦ୍ୟାଳୟର ପିଲାମାନେ ପୁରସ୍କୃତ ହୋଇଛନ୍ତି ,ବିଭିନ୍ନ ଭକ୍ତି ଗୀତ ଓ ଦେଶ ଭକ୍ତି ନୃତ୍ୟ ରେ ଭାଗନେଇ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି କୁନି କୁନି ଛୁଆଙ୍କୁ ନେଇ ସାତଟି ଦଳ ସହିତ ତିନୋଟି ବ୍ୟକ୍ତି ଗତ ନୃତ୍ୟ ପରିବେଷଣ କରିଥିବାରୁ ପୋଡ଼ା ଗଡ ଆଦର୍ଶ ବନ ବିଦ୍ୟାଳୟର ଅବିଭାବକ ତଥା ଅବିଭାବକ ଶିକ୍ଷକ ସଂଘର ସଭାପତି ଅକ୍ଷୟ ପାତ୍ର ଓ ଗୌତମ ପାତ୍ର ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ଏହି କାର୍ଯ୍ୟ କ୍ରମରେ ବିଦ୍ୟାଳୟର ମୁଖ୍ୟ ପରିଚାଳକ ଡଃ କୈଳାଶ ଚନ୍ଦ୍ର ବେହେରା ଓ ଅନ୍ୟାନ୍ୟ ଗୁରୁମା ମାନଙ୍କ ମଧ୍ୟରୁ କରୁଣା ଗୁରୁମା।,ଶୁଭଶ୍ରୀ ଗୁରୁମା ,ଜୟଶ୍ରୀ ଗୁରୁମା, ସବିତା ଗୁରୁମା ,ମମତା ଗୁରୁମା ,ପାର୍ବତୀ ଗୁରୁମା ଏହି ନୃତ୍ୟ ପରିବେଷଣ କରିବାରେ ପ୍ରଶିକ୍ଷଣ ଦେଇଥିବାରୁ ବହୁ ଉଚ୍ଚ କୋଟିର ନୃତ୍ୟ ଭଙ୍ଗି ନିମନ୍ତେ ଗ୍ରାମବାସୀଙ୍କ ଦ୍ଵାରା।ପ୍ରଶଂସିତ ହୋଇଛନ୍ତି ଉକ୍ତ ଶଙ୍କରଦ ଗ୍ରାମର ଗ୍ରାମବାସୀ ଅତ୍ୟନ୍ତ ଖୁସି ହୋଇ କିଛି ଅର୍ଥ ଓ ଟ୍ରଫି ପ୍ରଦାନ କରିଛନ୍ତି ଆଗକୁ ଉକ୍ତ ବିଦ୍ୟାଳୟ ଉତ୍ତରୋତ୍ତର ଉନ୍ନତି କରିବ ବୋଲି ଆଶା କରା ଯାଉଛି।