April 29, 2026

ବ୍ୟୁତ୍ପାତ ପ୍ରସ୍ତୁତି ଓ ଯୁବାନୁଷ୍ଠାନ ପକ୍ଷରୁ ତାଲିମ ଶିବିର।

IMG-20230825-WA0019
Share

ବ୍ୟୁତ୍ପାତ ପ୍ରସ୍ତୁତି ଓ ଯୁବାନୁଷ୍ଠାନ ପକ୍ଷରୁ ତାଲିମ ଶିବିର।


ବୋଲଗଡ଼ ୨୫/୦୮(ଉପାନ୍ତ ଖବର): କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ରୋଜଗାର କ୍ଷମ କରିବାକୁ ବିଭିନ୍ନ ସ୍ବେଛlସେବି ଅନୁଷ୍ଠାନ ମାଧ୍ୟମରେ ପ୍ରଶିକ୍ଷଣ ମାନଯୋଗାଇ ଦେଉଅଛିନ୍ତି।ସେହି ପରିପ୍ରେକ୍ଷୀରେ ବୋଲଗଡ଼ ବ୍ଲକ ପାଟପୁର ଶାସନ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ସ୍ଥିତ ବ୍ୟୁତ୍ପାତ ପ୍ରସ୍ତୁତି ଓ ଯୁବାନୁଷ୍ଠାନ ତରଫରୁ ଶୁକ୍ରବାରଦିନ ଖୋର୍ଦ୍ଧା ଜିଲ୍ଲା କୃଷି ବିଜ୍ଞାନକେନ୍ଦ୍ର ଓ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ତରଫରୁ ମାଛ ଓ ଛତୁଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ମାଛ ଓ ଛତୁ ଚାଷ ସମ୍ପର୍କୀୟ ଶିବିରରେ ମୋଟ ୮୦ଜଣ ମହିଳା ଯୋଗଦେବାର କାର୍ଯ୍ୟକ୍ରମ ଥିଲା ବେଳେ ଏହି ଶିବିରରେ ସ୍ଥାନୀୟ ଅଂଚଳରୁ ଶତାଧିକ ମହିଳା ଯୋଗଦେଇ ପ୍ରଶିକ୍ଷଣକୁ ସଫଳତାର ସହ ତାଲିମ ନେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞନିକ ଡ଼ଃ ଅଜୟ ଦାସ,ଡ଼ଃ ପ୍ରଜ୍ଞାନ ରଞ୍ଜନ ସ୍ୱାଇଁ ଓ ବୋଲଗଡ଼ ବ୍ଲକ ଉଦ୍ୟାନ ଓ ମତ୍ସ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ତାଲିମ ଶିବିରକୁ,ଆଇ.ୱାଇ. ଡ଼ି. ପି ସଭାପତି ରବିନାରାୟଣ ପଣ୍ଡା,ସୂର୍ଯ୍ୟକାନ୍ତ ମହାପାତ୍ର, ରାଜକିଶୋର ସାହୁ, ଧ୍ରୁବ ଚରଣ ମହାପତ୍ର ଓ ସମସ୍ତ କର୍ମ କର୍ତ୍ତା ଉପ ସ୍ଥିତ ରହି ସହଯୋଗ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed