August 25, 2026

ବରିଷ୍ଠ ବିଜେପି ନେତା ଙ୍କ ପରଲୋକ

IMG-20230825-WA0022
Share

ବରିଷ୍ଠ ବିଜେପି ନେତା ଙ୍କ ପରଲୋକ

ହାଟଡିହି,୨୫/୮:ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ଜିଲ୍ଲା ବିଜେପି ଅନୁସୂଚିତ ଜାତି(ଏସ ସି) ମୋର୍ଚ୍ଚାର ର ଉପସଭାପତି କଲିଗାଁ ପଞ୍ଚାୟତ ଅନ୍ତର୍ଗତ ତମ୍ପଲା ଗ୍ରାମ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ଜେନାଙ୍କ ର ଅସୁସ୍ଥତା କାରଣରୁ କଟକ ର ଏକ ଘରୋଇ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ପୁଅ, ପୁତୁରା ଓ ଭାଇ ଓ ପୁତ୍ର ବଧୂ ଗଣ ଉପସ୍ଥିତ ଥିଲେ। ଆଜି ଦିନ ୧୧ ଟା ରେ ତାଙ୍କ ପାର୍ଥିବ ଶରୀର ସାରା ପଞ୍ଚାୟତ ପରିକ୍ରମା କରି ନିଜ ଗ୍ରାମରେ ପହଞ୍ଚିଲା ବେଳକୁ ସାରା ଗ୍ରାମରେ ଶୋକାକୁଳ ପରିବେଶ ରେ ଭରିଯାଇଥିଲା। ତାଙ୍କ ଶେଷ ଦର୍ଶନ କରିବା ପାଇଁ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଉପଭାନେତ୍ରୀ ଅସୀମା ମିଶ୍ର, ଜିଲ୍ଲା ଏସ.ସି ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା,ସାଧାରଣ ସମ୍ପାଦକ ସୁକାନ୍ତ ଜେନା, ଶାଳନିଆ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ସାଧାରଣ ସମ୍ପାଦକ ଅଧର ବେହେରା, କଳୀଗାଁ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅମରେନ୍ଦ୍ର ଧଳ, ଙ୍କ ସମେତ ରମାକାନ୍ତ ସାହୁ, ସୂର୍ଯ୍ୟ ପ୍ରକାଶ ସାହୁ, ସତ୍ୟ ପ୍ରକାଶ ସାହୁ,ଅଜୟ ଜେନା, କୈଳାଶ ଜେନା, ପ୍ରମୁଖ ଙ୍କ ସହ ଶହ ଶହ ଲୋକ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ