April 29, 2026

ଅନୁସୂଚିତ ଜନଜାତି ପଞ୍ଚାୟତ ପ୍ରତିନିଧିଙ୍କ ୨ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ

IMG-20230825-WA0016
Share

ଅନୁସୂଚିତ ଜନଜାତି ପଞ୍ଚାୟତ ପ୍ରତିନିଧିଙ୍କ ୨ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ

 

ରାମନାଗୁଡା , ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ୨ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁସୂଚିତ ଜନଜାତି ପଞ୍ଚାୟୟ ପ୍ରତିନିଧି ମାନଙ୍କ ଦକ୍ଷତା ବିକାଶ ତାଲିମ ଶିବିର ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଉପାଧକ୍ଷା ଜାନକୀ ନିମାଲା ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ,ପଞ୍ଚାୟତରାଜ ବିଭାଗ ମାନ୍ୟତା ପ୍ରାପ୍ତ ପ୍ରଶିକ୍ଷକ ରବି ନାରାୟଣ ଶତପଥୀ, ତ୍ରିବିକ୍ରମ ରଥ ପ୍ରମୁଖ ଯୋଗ ଦେଇ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ରୂପରେଖ ,ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ସ୍ତରରେ ଅଧ୍ୟକ୍ଷ ପଦ ପାଇଁ ପରୋକ୍ଷରେ ନିର୍ବାଚନ କିପରି କରାଯିବ ଏବଂ ତା ସହ ଗ୍ରାମ ପଞ୍ଚାୟତ କହିଲେ କଣ ବୁଝାଏ ,ତ୍ରି ସ୍ତରୀୟ ପଞ୍ଚାୟତ ଗଠନ ଦିଗରେ କଣ କଣ ନିୟମ ରହିଛି ସେ ବିଷୟରେ ତାଲିମ ପ୍ରଦାନ କରିବା ସହିତ ଗ୍ରାମ ପଞ୍ଚାୟତ ରେ କେଉଁ କେଉଁ ନିୟମ ଓ କଣ ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରଶିକ୍ଷକ ମାନେ ଏଥିରେ ଅଂଶଗ୍ରହଣ କରିଥିବା ଅନୁସୂଚିତ ଜନଜାତି ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।ଏହି ତାଲିମ ଶିବିରରେ ପ୍ରଥମ ପର୍ଯ୍ୟାୟରେ୬ ଗୋଟି ପଞ୍ଚାୟତର ଅନୁସୂଚିତ ଜନଜାତି ପଞ୍ଚାୟତ ପ୍ରତିନିଧି (ସରପଞ୍ଚ),ୱାର୍ଡ ସଭ୍ୟ ମାନଙ୍କୁ ୨ ଦିନ ଧରି ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ଗୋଟି ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ୨ଦିନ ଧରି ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇଥିଲା ।ସେହିପରି ମନରେଗା, ପିଇଏସଏ,ଏଫଆରଏ, ମୋ ଘର ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଥିଲା ।ଏହି ୪ଦିନିଆ ଅନୁସୂଚିତ ଜନଜାତି ପଞ୍ଚାୟତ ପ୍ରତିନିଧି ମାନଙ୍କ ଦକ୍ଷତା ବିକାଶ ତାଲିମ ଶିବିରକୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ ପରିଚାଳନା କରିଥିଲେ।

ରିପୋର୍ଟ ରାକେଶ କୁମାର ବେହେରା

You may have missed