April 26, 2026

ନାବାଳିକା ଶାଳୀକୁ ହତ୍ୟା କରିଥିବା ଅଭିଯୋଗରେ ଜ୍ବାଇଁ ଅଟକ

IMG-20230823-WA0069
Share

ନାବାଳିକା ଶାଳୀକୁ ହତ୍ୟା କରିଥିବା ଅଭିଯୋଗରେ ଜ୍ବାଇଁ ଅଟକ
ବୁଗୁଡ଼ା : ତା ୨୩/୦୮/୨୩ : ବୁଗୁଡ଼ା ଥାନା ମକରାପଲ୍ଲୀ ଗ୍ରାମର ଜନୈକା ନାବାଳିକାକୁ ହତ୍ଯା କରିଥିବା ଅଭିଯୋଗରେ ତାହାର ଜ୍ବାଇଁକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।ହତ୍ଯା ଅଭିଯୋଗରେ ଅଟକ ଥିବା ଜ୍ବାଇଁ ଜଣକ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବରକୋଳିଆ ଗ୍ରାମର ସନ୍ତୋଷ ଖଟେଇ ବୋଲି ଜଣାପଡିଛି । ଏ ନେଇ କେସ୍ ନଂ ୬୦୪/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ , ମକରାପଲ୍ଲୀ ଗ୍ରାମର ଗୋପାଳ ସାମଲଙ୍କ ଦୁଇ ଝିଅଙ୍କ ମଧ୍ୟରୁ ବଡ ଝିଅକୁ ବରକୋଳିଆ ଗ୍ରାମର ସନ୍ତୋଷ ଖଟେଇ ପ୍ରେମ ବିବାହ କରିଥିଲେ । ସନ୍ତୋଷ ତାଙ୍କ ଶାଳୀଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ନେଇ ଶଶୁର ଘର ଲୋକେ ଜାଣି ପାରିଥିଲେ । ଶାଳୀକୁ ଦ୍ବିତୀୟ ପତ୍ନୀର ମାନ୍ଯତା ଦେବାକୁ ମଧ୍ୟ ସନ୍ତୋଷ ସ୍ବୀକାର କରିଥିଲା । ଶାଳୀ ମଧ୍ୟ ଜ୍ବାଇଁ ସନ୍ତୋଷଙ୍କ ପାଖରେ ରହୁଥିଲା । ତେବେ ଜ୍ବାଇଁ ପୁଅଙ୍କ ଘରେ ସାନ ଝିଅ ନଥିବା ଖବର ପାଇ ଗୋପାଳ ସୋମବାର ଦିନ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ । ବୁଗୁଡା ପୋଲିସ୍ ଜ୍ବାଇଁ ପୁଅ ସନ୍ତୋଷକୁ କାବୁ କରି ଘଟଣା ସମ୍ପର୍କରେ ଖୋଳତାଡ ବେଳେ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ଶାଳୀକୁ ମାରି ପକାଇ ଦେଇଥିବା ନେଇ ସନ୍ତୋଷ କହିଥିଲା । ତା’ପରେ ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ତ୍ଵରେ ବୁଗୁଡ଼ା ପୋଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଜଗନ୍ନାଥପ୍ରସାଦ ପୋଲିସକୁ ସୂଚନା ଦେବା ସହ ଦମକଳବାହିନୀର ସହାୟତାରେ ଭାସମାନ ଅବସ୍ଥାରେ ଥିବା ମୃତାଙ୍କ ଶବକୁ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଯାଇଥିଲା । ତେବେ ଶାଳୀକୁ ସନ୍ତୋଷ କାହିଁକି ଏବଂ କିପରି ମାରିଲା ସେ ନେଇ ଅଧିକ ତଦନ୍ତ ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ଆଇଆଇସିଙ୍କ ଠାରୁ ପ୍ରକାଶ ପାଇଛି ।