October 17, 2026
ajiro khabar
Share

 

ଭୂମି ଅଧିକାର ସୁନିଶ୍ଚିତ କରିବ ରାଜସ୍ୱ ବିଭାଗ, କହିଲେ ରାଜସ୍ୱ ମନ୍ତ୍ରୀ।

 

ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ସତ୍ତ୍ୱଲିପି କମିଟି ପକ୍ଷରୁ ରିପୋର୍ଟ ପ୍ରଦାନ, ଶୃଙ୍ଖଳିତ ନୀତିକାନ୍ତି ନେଇ ପ୍ରସ୍ତାବ।

 

କଟକ ଆଇଟିଆଇ କ୍ଲଷ୍ଟରର ଉନ୍ନତି ନିମନ୍ତେ ୨୪୦.୫ କୋଟିର ଯୋଜନା ମଞ୍ଜୁର ହୋଇଛି।

 

ନିର୍ବାଚନ ପୂର୍ବରୁ ଲାଞ୍ଚ। ପଞ୍ଚାୟତସ୍ତରରେ ପ୍ରତିନିଧିଙ୍କୁ ମିଳିବ ସମ୍ମାନ ରାଶି, ସରପଞ୍ଚ ପାଇବେ ମାସିକ ୧୦ ହଜାର।

 

ମହାନଦୀକୁ ଶୋଷି, ଓଡ଼ିଶାର ତଣ୍ଟି ଚିପୁଛି ଛତିଶଗଡ଼। ମୌସୁମୀ ସରୁ ସରୁ କଲମାର ୬୩ ଗେଟ୍ ବନ୍ଦ।

 

କଲେଜ ନିର୍ବାଚନ ବେଳେ ଭୋଟ ପାଇଁ ଛାତ୍ରଙ୍କ ଘରେ ଘରେ ଟଙ୍କା ବଣ୍ଟା ଯାଇଥିବା ଅଭିଯୋଗ।

 

ମୟୁରଭଞ୍ଜ ଶିମିଳିପାଳ ନଭେମ୍ବର ୧ରୁ ଖୋଲିବ, ଦୈନିକ ୬୦ ଗାଡ଼ିକୁ ପ୍ରବେଶ ଅନୁମତି।

 

ମାଲକାନଗିରିରେ ହଳଦୀ ବିପ୍ଳବ, ଶହେ ଟନ୍‌ରୁ ୬ହଜାର ଟନ୍‌କୁ ବଢ଼ିଲା, ବାର୍ଷିକ ୨୦ କୋଟିର ବ୍ୟବସାୟ।

 

ସମ୍ବଲପୁର ହୀରାକୁଦ ପାଣିରେ ଚାଲିଛି ବ୍ୟବସାୟ, କିନ୍ତୁ ଜଳକର ଦେଉନାହାନ୍ତି ୬୪ ବ୍ୟାବସାୟିକ ସଂସ୍ଥା, ଫ୍ଲୋ ମିଟର ଲଗାଉ ନାହାନ୍ତି।

 

ବର୍ଷ ହେଲା ଟିକରପଡ଼ା ନେଚର୍ କ୍ୟାମ୍ପରେ ତାଲା, ପର୍ଯ୍ୟଟକ ନିରାଶ, ‌ରୋଜଗାର ହରାଇଲେ ସ୍ଥାନୀୟ ଲୋକେ।

 

ଏନ୍‌ଆଇଟି ରାଉରକେଲାକୁ ଝଟକା, ୧,୮୭୨ ଗଛ କାଟିବା ମାମଲାରେ ପିଟିସନ୍ ଖାରଜ କଲେ କୋର୍ଟ।

 

ଗଞ୍ଜାମ ଜିଲ୍ଲା ଚିକିଟି ଓ ପାତ୍ରପୁରର ଦୁଇ ଯୁବ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶରେ ମୃତ।

 

କେନ୍ଦୁଝରରେ ପ୍ରଦୂଷଣ ଯୋଗୁଁ କଳା ପଡ଼ିଗଲା କାରୋ ନଦୀ ପାଣି, ବିପଦରେ ୮୫୦୦ ପରିବାର ଜୀବନ।

 

ସୁନ୍ଦରଗଡ଼ରେ ବର୍ଜ୍ୟଜଳ ପ୍ରକ୍ରିୟାକରଣ ପ୍ରହସନ, ଜିଲ୍ଲାର ୪ ପୌରସଂସ୍ଥାରେ ଚିନ୍ତାଜନକ ସ୍ଥିତି।

 

କନ୍ଧମାଳରେ ଗଞ୍ଜେଇ ଚାଷୀଙ୍କୁ ଖୋଜୁଛି ପୁଲିସ, ୯ ଗିରଫ, ୩୦ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ।

 

ନିଲମ୍ବିତ ଜେଲ୍‌ ଅଧୀକ୍ଷକ ସୁଜିତ ରାଉଳଙ୍କ ଜାମିନ ମାମଲାରେ କେସ ଡାଏରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

 

ମଦ ବନ୍ଦପାଇଁ ନବରଙ୍ଗପୁରରେ ଠେଙ୍ଗା ଧରି ମହିଳାଙ୍କ ବିଶାଳ ଶୋଭାଯାତ୍ରା, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ।

 

ସୁନ୍ଦରଗଡ ପିଏମ୍‌ଶ୍ରୀ ସ୍କୁଲରେ ହଷ୍ଟେଲ ଓ ଅଣ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ, ଜଣେ ଗୁରୁତର।

 

ନବରଙ୍ଗପୁର ଡାବୁଗାଁ ଜଗନ୍ନାଥ ମନ୍ଦିରରୁ ବଡ଼ ଚୋରି, ମଦନମୋହନଙ୍କ ରୂପା ପ୍ରତିମା ସହ ସୁନାରୂପା ଅଳଙ୍କାର ଲୁଟ୍।

 

ପୀତବାସ ପଣ୍ଡା ହତ୍ୟା ମାମଲା, ସାକ୍ଷୀଙ୍କୁ ଧମକ ଅଭିଯୋଗରେ ୨୮ରେ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା।

 

ବୌଦ୍ଧର କିଆକଟା ବ୍ରିଜ୍‌ରୁ ମହାନଦୀକୁ ଡେଇଁଥିବା ଯୁବକଙ୍କୁ ଅଗ୍ନିଶମ ବାହିନୀ ଆଳତୀ ଘାଟ ନିକଟରୁ ଉଦ୍ଧାର କରିଛି।

 

ଯାଜପୁର ରଗଡି ରେ ସରକାରୀ ପଲିଟେକ୍ନିକ୍‌ରେ ବରିଷ୍ଠ ଅଧ୍ୟାପକଙ୍କ ଉପରେ ପାଇଖାନା ପାଣି ଢାଳିଲେ ଅଧ୍ୟାପିକା।

 

🇳🇪

ବରିଷ୍ଠ ବିଜେପି ନେତା ଲାଲ୍‌ କୃଷ୍ଣ ଆଡଭାନୀ ହଠାତ୍‌ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି।

 

ଲଦାଖକୁ ସ୍ୱତନ୍ତ୍ର ସାମ୍ବିଧାନିକ ସୁରକ୍ଷା ଓ ବିଧାନସଭା ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଲଦାଖ ନେତାଙ୍କ ଆଲୋଚନା ବିଫଳ।

 

ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ପରୀକ୍ଷାରେ ସଂଘର୍ଷ କରୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଆଉ ଥରେ ସୁଯୋଗ ଦେଇଛି ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ।

 

ଜମ୍ମୁ କାଶ୍ମୀରରେ ମହିଳା ଅଧିକାରୀଙ୍କୁ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ଦୁର୍ବ୍ୟବହାର, କାର୍ଯ୍ୟାନୁଷ୍ଠାନ ଦାବି କଲେ ମେହବୁବା।

 

ଉତ୍ତରପ୍ରଦେଶରୁ ଧରାପଡ଼ିଲେ ୩ ଓଡ଼ିଆ ଯୁବକ, ସାଙ୍ଗରେ ନେଇଥିଲେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ।

 

ନିଜ ସ୍ୱାମୀଙ୍କ ବିରୋଧରେ ମାଡ଼, ଠକେଇ, ଜାଲିଆତି, ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି ଉତ୍ତରାଖଣ୍ଡ ବିଜେପି ସରକାରର ମହିଳା ସଶକ୍ତୀକରଣ ଓ ଶିଶୁ ବିକାଶ ମନ୍ତ୍ରୀ ମନ୍ତ୍ରୀ ରେଖା ଆର୍ଯ୍ୟ।

 

ପେଟ୍ରୋଲ ରପ୍ତାନି ଉପରେ ଅସ୍ଥାୟୀ ଟିକସ ଲାଗୁ କଲେ ସରକାର।

 

ରୁଷ୍‌ର କାମଚାଟ୍‌କା ଉପଦ୍ୱୀପରେ ୭ ତୀବ୍ରତାର ଭୂମିକମ୍ପ ଅନୁଭୂତ।

 

ରୁଷୀୟ ତୈଳ ବିଶୋଧନାଗାର ଉପରେ ଆକ୍ରମଣ ନେଇ ସଙ୍କେତ ଦେଲେ ଜେଲେନସ୍କି।

 

🏏⚽🚴🏾‍♂️

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି: ଫେବ୍ରୁଆରିରେ ଭାରତର ଘରୋଇ ମ୍ୟାଚ୍‌ ହେବ।

 

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ସାମିଙ୍କୁ ପୁଣି ମିଳିଲାନି ସ୍ଥାନ।

 

ଭାରତୀୟ ମହାସଂଘକୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଶ୍ବଚାଳନା ମହାସଂଘ।

 

ଆଜି ଭାରତ ୱେଷ୍ଟଇଣ୍ଡିଜ୍‌ ନିର୍ଣ୍ଣାୟକ ମୁକାବିଲା, ପୁଣି ବଡ଼ ସ୍କୋର୍‌ ସମ୍ଭାବନା।

 

*ଗତବର୍ଷ ଏଇ ସମୟରେ*

ବଲାଙ୍ଗୀରରେ ଆତଙ୍କ ସୃଷ୍ଟି କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ ଦାବୀରେ ଦେଓଗାଁରେ ବନ୍ଦ ପାଳନ ହୋଇଥିଲା।

 

ସେଲ୍ୟୁଲାର୍‌ ବ୍ରଡବ୍ୟାଣ୍ଡ୍‌ ନେଟୱର୍କ୍‌ ପାଇଁ ଆମେରିକାରୁ ଚେନ୍ନାଇ ଆସିଥିଲା ବ୍ଲ୍ୟୁବର୍ଡ୍ ସାଟେଲାଇଟ୍‌।

 

ଦୁଇବର୍ଷ ପୂର୍ବେ, ବିଜେପିକୁ ସମର୍ଥନ କଲାପରେ ଚନ୍ଦ୍ରାବାବୁ ନାଇଡୁଙ୍କୁ ୩୭୧ କୋଟି ଟଙ୍କା ଦୁର୍ନୀତି ମାମଲାରେ ମୁକ୍ତ କଲେ ଇଡି

=================

ଆଜି ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ

 

ଆଜି ଜନ୍ମଦିନ: ମିଲଖା ସିଂ, ସଞ୍ଜୟ କପୁର, ସାରଙ୍ଗଧର ଦାସ, ସ୍ମିତା ପାଟିଲ, ଅନୀଲ କୁମ୍ବଲେ, ସିମି ଗରେୱାଲ

 

ଆଜି ତିରୋଧାନ: ସ୍ୱାମୀ ରାମତୀର୍ଥ

 

ଇତିହାସରେ ଆଜି: (୧୯୭୯) ମଦର ଟେରେସା ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଲେ/ (୨୦୦୯) ମାଳଦ୍ବୀପ ର କ୍ୟାବିନେଟ ସଭା ସମୁଦ୍ର ପାଣି ତଳେ ଅନୁଷ୍ଠିତ/ (୧୯୩୩) ଆଲବର୍ଟ ଆଇନଷ୍ଟାଇନ ଜର୍ମାନୀରୁ ଆମେରିକା ସ୍ଥାନାନ୍ତର ହେଲେ

=====================