April 25, 2026

ମୋହନାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ–

IMG-20230823-WA0071
Share

ମୋହନାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ–
ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ଏବଂ ଆର. ଉଦୟଗିରି ଠାରେ ନିର୍ମାଣ ହୋଇଥିବା ନୂତନ ବସଷ୍ଟାଣ୍ଡ କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ମୋହନା ଠାରେ ହେବାକୁ ଥିବା ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବାରୁ ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଗଜପତି ଜିଲ୍ଲା ପରିଷଦଅଧକ୍ଷ ଗାବରା ତିରୁପତି ରାଓ,ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିବା ବେଳେ ସ୍ଥାନୀୟ ଜନସାଧାରଣ ଖୁସି ଅନୁଭବ କରିଛନ୍ତି। ମୋହନାରେ ବସଷ୍ଟାଣ୍ଡ ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏହାର ସୁଫଳ ପାଇବେ ବୋଲି ଆଲୋଚନା ହେଉଛି।