November 25, 2024

ଗଞ୍ଜାମ ଏନଏସି -ଘଡିକି ଘୋଡା ଛୁଟୁଛି*

Share

*ଗଞ୍ଜାମ ଏନଏସି -ଘଡିକି ଘୋଡା ଛୁଟୁଛି*
—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଅଂହକାର ଓ ଆପେକ୍ଷି ବିବାଦ ଚକ୍ରବିହୁରେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉନ୍ନତି ମୂଳକ କାର୍ଯ୍ୟ ଠପ l ବର୍ତ୍ତମାନ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ଗଞ୍ଜାମ ଏନ. ଏ. ସି ରେ l ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ପ୍ରକଳ୍ପ ଏନଏସି ଇଓ ଅଭିନାଶ ମିଶ୍ର ଓ ଜନ ପ୍ରତିନିଧି ଙ୍କ ମିଳିତ ଉଦ୍ୟମରେ ସହରରେ ଉନ୍ନୟନ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଜନ ପ୍ରତିନିଧି ମାନେ ନିଜ ନିଜ ଭିତରେ ହଠାତ ଗୋଡ଼ଭିଡା ନୀତି ନେଇ ସେହି ଉନ୍ନୟନ କାର୍ଯ୍ୟ ବନ୍ଦ ରହିବା ନେଇ ଲକ୍ଷ୍ୟ କରାଯାଇଛି l ଗଞ୍ଜାମ ଇଓ ଙ୍କ ଉନ୍ନତି ମୂଳକ କାର୍ଯ୍ୟ ରେ ସ୍ୱାସରୋଧ କରାଯାଉଛି ବୋଲି ନିଜେ ଦୁଃଖ ପ୍ରକାଶ କରିଛନ୍ତି l ରେ ଏ ନେଇ ଏନଏସି ପକ୍ଷରୁ ଠିକାଦାର ମାନଙ୍କୁ କାର୍ଯ୍ୟବନ୍ଦ ନେଇ ଫୋନ ଯୋଗେ ଏବଂ ଚିଠି ଯୋଗେ ଜଣାଇ ଦିଆଯାଇଛି l ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ସୂଚନା ଯୋଗ୍ୟଯେ ସୋମବାର ସନ୍ଧ୍ୟାରେ ଭିଜିଲାନ୍ସ ବିଭାଗର ପକ୍ଷରୁ ଦୁଇ ଜଣିଆ ଟିମ
ଆସି ଏନଏସି ର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଦୁଇ ବର୍ଷର ତାଲିକା ମାଗିବା ସହ ଏକ ନମ୍ବର ୱାର୍ଡ ପାର୍ଶ୍ୱ ରେ ନିର୍ମିତ ହୋଇଥିବା ମିନି ପାର୍କ ପରିଦର୍ଶନ କରିଛନ୍ତି l
ଫଳରେ ଏହାକୁନେଇ ଏନଏସି ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି l ଫଳରେ ଏହି ଘଟଣାର ଭିଜିଲାନ୍ସ ପକ୍ଷରୁ କ୍ଲିନଚିଟ ନ ଆସିଲା ପର୍ଯ୍ୟନ୍ତ ଉନ୍ନୟନ କାର୍ଯ୍ୟ ବନ୍ଦ ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସୂଚନା ଦେଇଛନ୍ତି l ଅନ୍ୟପଟେ ଏନଏସିର ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ପୁରୁଷୋତ୍ତମ ସାହୁ, ଚନ୍ଦ୍ରଶେଖର ରେଡି, ସୁଜତା ମହାନ୍ତି, ସଂଯୁକ୍ତା ଦାଶ, ମହାଲକ୍ଷ୍ମୀ ନାୟକ, ସବିତା ବେହେରା ପ୍ରମୁଖ କାଉନସିଲର ମଙ୍ଗଳାବାର ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପ ନିକଟରେ ପହଞ୍ଚି କାର୍ଯ୍ୟ ବନ୍ଦ କରିବା ନେଇ ଠିକାଦାର ମାନଙ୍କୁ ତାଗିଦ କରିଛନ୍ତି l ୱାର୍ଡ ନମ୍ବର 1 ରେ କରଣ ସାହି ର ସ୍ମାର୍ଟ ପାର୍କ ର ନିର୍ମାଣ କାର୍ଯ୍ୟ ଦୀର୍ଘ 8 ମାସ ହେଲା ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାର ବିଲ ଜାଣି ଶୁଣି ପ୍ରଦାନ କରାଯାଇନଥିବା ନେଇ ଅଭିଯୋଗ ହୋଇଛି l କିଛି ନିର୍ଦ୍ଧିଷ୍ଟ ଠିକାଦାର ଙ୍କ ବିଲ ପୈଠ କରାଯାଇଥିଲେ ମଧ୍ୟ ଆଉ କିଛି ୱାର୍ଡ ରେ ଚାଲିଥିବା ପ୍ରକଳ୍ପ ର ବିଲ ଉଦେଶ୍ୟ ମୂଳକ ଭାବେ ପ୍ରଦାନ କରାଯାଉନଥିବା ନେଇ ଉପନଗରପାଳ ଶ୍ରୀ ବାରିକି ଅଭିଯୋଗ କରିଛନ୍ତି l ଆଗାମି ଦିନରେ ଏହାର ଉଚିତ ଜବାବ ଦିଆଯିବ ବୋଲି ଉପାଧ୍ୟକ୍ଷ ବାରିକି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି l