October 17, 2026

ସ୍ୱାମୀ ନିର୍ଯ୍ୟାତିତା ମିଥିଳା ପାଇଁ, ସ୍ୱାମୀର ସହାୟତା ବନ୍ଦ – ରୋଗର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ !

IMG-20230823-WA0035
Share

ସ୍ୱାମୀ ନିର୍ଯ୍ୟାତିତା ମିଥିଳା ପାଇଁ, ସ୍ୱାମୀର ସହାୟତା ବନ୍ଦ – ରୋଗର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ !
====================
ତିର୍ତ୍ତୋଲ :- ଝିଅଟିଏ ଅନେକ ସ୍ବପ୍ନ ନେଇ ଶାଶୁ ଘରକୁ ଆସିଥାଏ !ଶାଶୁ ଶଶୁର ଓ ସ୍ୱାମୀ ସଂସାରକୁ ଆପଣାର କରି ପରକରି ଦେଇଥାଏ ବାପ ଘରକୁ ! ଯେବେ ଝିଅରୁ ବୋହୁ ସାଜିଥିବା ମହିଳା ଟି ସ୍ୱାମୀ ଠାରୁ ମାନସିକ ନିର୍ଯ୍ୟାତନାର ଶିକାର ହୁଏ, ତେବେ ନିଜର ବୋଲି କହିବ କାହାକୁ ? ଏଇଭଳି ଭାବେ ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ସାଙ୍ଗକୁ ଅଲସର ପରି ରୋଗ ନେଇ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ଦୁଇଟି ଝିଅର ଜନନୀ ! ସବୁଠୁ ଦୁଃଖଦାୟକ ବିଷୟ ହେଉଛି, ଉକ୍ତ ସ୍ତ୍ରୀ କୁ ନିର୍ଯାତନା ଦେଉଛି ନିଜର ସ୍ୱାମୀ ! ଖାଲି ନିର୍ଯ୍ୟାତନା ନୁହେଁ, ଭରଣ ପୋଷଣ ପାଇଁ ଗୋଟିଏ ବି ଟଙ୍କା ଦେଉନାହାନ୍ତି ! ଦୁଇ ଝିଅ ଓ ନିଜ ପେଟକୁ ଦାନା ପାଇଁ ଅନ୍ୟର ପାଖରେ ହାତ ପତେଇବାକୁ ପଡୁଛି ! ଏଭଳି ଅମାନୁଷିକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କନିମୂଳ ପଞ୍ଚାୟତ ର କନିମୂଳ ଗ୍ରାମରେ ! ମିଥିଳା ସାମଲ ନାମ୍ନୀ 41 ବର୍ଷୀୟା ମହିଳା ନିଜର ଦୁଇଝିଅ ମଧୁସ୍ମିତା 19 ବର୍ଷ ଓ ଶୁଭଶ୍ରୀ ଶୁଭସ୍ମିତା 14 ବର୍ଷଙ୍କୁ ନେଇ ସ୍ୱାମୀ ସଞ୍ଜୟ ସାମଲଙ୍କ ଠାରୁ ଦୀର୍ଘଦିନ ଧରି ନିର୍ଯ୍ୟାତନା ପାଇଆସୁଛନ୍ତି ! ପ୍ରକାଶ ଥାଉ କି ସଞ୍ଜୟ ସାମଲ ପିତା ସ୍ବର୍ଗତଃ ନଟବର ସାମଲ ଙ୍କର ଦୁଇଟି ପତ୍ନୀ ! ପ୍ରଥମ ପତ୍ନୀ ମିଥିଳା ସାମଲ ବୈଦିକ ମତେ ବିବାହ କରିଥିବା ବେଳେ ଦ୍ଵିତୀୟ ପତ୍ନୀ ଙ୍କୁ କୌଣସି ଏକ ମନ୍ଦିରରେ ମିଥିଳା ସାମଲର ଅଗୋଚରରେ ବିବାହ କରିଥିଲେ ! ବିବାହ ସମୟରେ ମିଥିଳା ନିଜ ବାପଘରେ ଥିବାର ଫାଇଦା ମାରିଥିଲେ ସଞ୍ଜୟ ! ପରେ ଏସବୁ ମିଥିଳା ଜାଣି ପ୍ରତିବାଦ କରିବାରୁ ଉଭୟଙ୍କୁ ନିଜର ଭଲପାଇବା ଦେଇ ପ୍ରତିପୋଷଣ କରିବାକୁ ପ୍ରତିଶୃତି ଦେଇଥିଲେ ସଞ୍ଜୟ ! ସମୟ କ୍ରମେ ଦୁଇ ସଉତୁଣୀ ଙ୍କର କଳି ଆରମ୍ଭ ହୋଇ ଉଗ୍ରରୂପ ଧାରଣ କରିବାରୁ ଗୋଟିଏ ଘରେ ଉଭୟଙ୍କୁ ନରଖି ପ୍ରଥମ ପତ୍ନୀ ଙ୍କୁ ଚାକରାଣୀ ପରି ବାହାର ଘରେ ରଖି ଦ୍ଵିତୀୟ ପତ୍ନୀ କୁ ପାଖରେ ରଖି ଉଭୟଙ୍କୁ ଅଲଗା ଅଲଗା କରି ଖୋରାକି ଯୋଗାଇ ଚାଲିଲେ ! ସଞ୍ଜୟ ର ସାନବାପା ଙ୍କ ଦେହାନ୍ତ ପରେ ବଦଳିଗଲା ପରିବାରର ଚଳଣି ! ମିଥିଳା କୁ ଅଲସର ରୋଗ ଜାଣି ନିଜ ଠାରୁ ପୃଥକ କଲେ ଦୁଇ ପତ୍ନୀର ସ୍ୱାମୀ ସଞ୍ଜୟ ! ମିଥିଳା ଓ ତାର ଦୁଇ ଝିଅ ଏବେ ଦୁଇଓଳି ଖାଇବାକୁ ପାଉ ନାହାନ୍ତି ! ନିଜ ପାଖରେ ଥିବା ଅଳଙ୍କାର ଓ ବାସନ କୁସନ ବିକ୍ରି କରି ଶେଷ କରି ସାରିବା ପରେ ଏବେ ଅନ୍ୟ ପାଖରେ ହାତ ପାତିବାକୁ ପଡୁଛି ! ଅପରପକ୍ଷରେ ବଡ଼ଝିଅ ମଧୁସ୍ମିତାର ଆକାଉଣ୍ଟ ରୁ ସଞ୍ଜୟ 32000/( ବତିଶ ହଜାର )
ପାଖାପାଖି ଟଙ୍କା ନିଜ ଆକାଉଣ୍ଟ କୁ ଟ୍ରାନ୍ସଫର କରି ନେଇ ନିଜ ପାଇଁ କିଣିଆଣିଛନ୍ତି ଗଡ଼ରେଜ ଓ ଫ୍ରିଜ ! ମନଇଛା ବିକ୍ରି କରୁଛନ୍ତି ଜମି ଓ ବାଡ଼ିରେ ଥିବା ଗଛ ! ଭଦ୍ରଲୋକ ମାନଙ୍କ ନ୍ୟାୟ ମାନୁ ନାହାନ୍ତି କି ସମ୍ପର୍କୀୟ ମାନଙ୍କର କଥା ରଖୁ ନାହାନ୍ତି ବରଂ ଆଇନ କୁ ଭୟ ନାହିଁ ବୋଲି କହୁଛନ୍ତି ସଞ୍ଜୟ ! ନିଜର ଏକମାତ୍ର ଭଉଣୀକୁ ଅଣଦେଖା କରୁଥିବା ବେଳେ ମାମୁଁ କହୁଛି ମୋ ଭଣଜା ଟା ପାଗଳ ହେଇଯାଇଛି ! ଛୁଆଙ୍କ ପାଠପଢା ପାଇଁ ପଇସା ନଥିବା କଥା କହୁଥିବା ବେଳେ ବାଡ଼ିରେ ପଡୁଛି ପୋତା ମାଟି ଆଉ ତିଆରି ଚାଲିଛି ଘର ! ଜୀବନ ଧାରଣରେ ବିଫଳ ହେଲେ ଝିଅଙ୍କ ସହିତ ଆତ୍ମହତ୍ୟା କରିବାକୁ ଅତି ଦୁଃଖର ସହିତ କୁହନ୍ତି ମିଥିଳା ! ଯେବେ କେହି ସ୍ବେଛାସେବୀ ସଂଗଠନ କିମ୍ବା ବଦାନ୍ୟ ବ୍ୟକ୍ତି ସହଯୋଗ ବା ସହାୟତାର ହାତ ବଢ଼ାନ୍ତି, ତେବେ ଏହି ଅସହାୟ ମହିଳା ଙ୍କୁ ବଞ୍ଚିବାର ରାସ୍ତା ମିଳିଯାଆନ୍ତା ବୋଲି ଆଞ୍ଚଳିକ ଚର୍ଚ୍ଚା ଜୋର ଧରିଛି !ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed