October 17, 2026

ଭାଲୁଡୋବା ନାଲା ରେ ଅବକାରୀ ଚଢ଼ାଉ, ମହୁଲ ପୋଚ ଓ ୫୦ ଲିଟର ହାତରନ୍ଧା ମଦ ନଷ୍ଟ, ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

IMG-20261017-WA0023
Share

 

 

(ଧର୍ମଗଡ଼ ଉପଖଣ୍ଡ ରୁ :- ପ୍ରଦିପ ଭରାସଗରିଆ )

କୋକସରା ଅବକାରୀ ଥାନା ପକ୍ଷରୁ ଆଜି କୋକସରା ବ୍ଲକ ଆମପାଣି ଥାନା ଅଞ୍ଚଳ ରେ ଥିବା ଭାଲୁଡୋବା ନାଲା ରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ନେଇ କୌଣସି ବିଶ୍ୱସ୍ତ ସୁତ୍ର ରୁ ଖବର ମିଳିବା ପରେ ଧର୍ମଗଡ଼ ଉପଖଣ୍ଡ ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ ମତେ ଜୁନାଗଡ଼ ଓଆଇସି ଓ କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ଵର ପଟେଲ ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ମାନେ ସଦଲବଳେ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯିବା ସମୟରେ ବ୍ୟାପକ ମାତ୍ରାରେ ମଦ ପ୍ରସ୍ତୁତ ସାମଗ୍ରୀ,ମହୁଲ ପୋଚ ସମେତ ହାତରନ୍ଧା ୫୦ ଲିଟର ମଦ ଜବତ ସହ ନଷ୍ଟ କରାଯାଇଥିଲା। ମଦ ପ୍ରସ୍ତୁତ କରୁଥିବା ବେଳେ ଜଣେ ଅଭିଯୁକ୍ତ ଆମପାଣି ଥାନା ଅନ୍ତର୍ଗତ ଖୁର୍ସେଲଗୁଡା ଗ୍ରାମ ର ଈଶ୍ୱର ବେହେରା (୨୨) କୁ ଗିରଫ କରାଯାଇଥିଲା। ପରେ ଗିରଫ ଅଭିଯୁକ୍ତ କୁ କୋକସରା ଜେଏମଏଫସି କୋର୍ଟ କୁ ଚାଲାଣ କରା ଯାଇଥିବା ନେଇ କୋକସରା ଅବକାରୀ ଓଆଇସି ଶ୍ରୀ ପଟେଲ ସୂଚନା ଦେଇଛନ୍ତି। ଚଢ଼ାଉ ରେ ଅବକାରୀ ବିଭାଗ କର୍ମଚାରୀ ମାନେ ସାମିଲ ଥିଲେ।

You may have missed