April 26, 2026

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ..

IMG-20260307-WA0038
Share

 

ମୋହନା(ଗଣେଶ ବିଷୋୟୀ)ମୋହନା ସ୍ଥିତ ହିଲ ଟପ ସ୍ନାତକ ମହା ବିଦ୍ୟାଳୟ ରେ ୧୫ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପନ ହୋଇଛି। ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ଙ୍କ ପୌରାହିତ ରେ ଅନୁଷ୍ଠିତ ଉତ୍ସବରେ ବିଭିନ୍ନ ଅତିଥି ମାନେ ଉପସ୍ଥିତ ରହିଥିଲେ।ବକ୍ତା ଭାବେ ମୋହନା ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବରାଳ, ସମ୍ମାନିତ ଅତିଥି ଭାବେ +୨ଅଧ୍ୟକ୍ଷ ଏସ. ରମେଶ,ପ୍ରାକ୍ତନ ଅଧ୍ୟକ୍ଷ ଭଗବାନ ବିଷୋୟୀ, ଅଧ୍ୟାପକ ଜଗନ୍ନାଥ ପଣ୍ଡା ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସମୟରେ ଛାତ୍ରୀ ମାନେ ଆତ୍ମ ସୁରକ୍ଷା କୌଶଳ ଜାଣିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଶିବିର କୁ ସଂଯୋଜିକା ଦାୟିତ୍ୱରେ ଥିବା ଅଧ୍ୟାପିକା ସ୍ୱୟଂପ୍ରଭା ସାହୁ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲାସୂଚନା ଯୋଗ୍ୟ ଯେ ଦୁଇଟି ପର୍ଯ୍ୟାୟରେ ୧୨୦ଜଣ ଛାତ୍ରୀ ଏହି ଶିବିର ରେ ଅଂଶ ଗ୍ରହଣ କରିଥିଲେ।