October 29, 2026

ଗଜପତି:- ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଗୁମ୍ମା ଓ କାଶୀନଗର ବ୍ଳକର ବିଭିନ୍ନ ଆଶ୍ରୟ ସ୍ଥଳୀ ପରିଦର୍ଶନ

IMG-20261029-WA0179
Share

 

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଜପତି ଜିଲ୍ଲା ସାରା ଅବିରାମ ଭୀଷଣ ବର୍ଷା ଲାଗିରହିଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୨୦୦ରୁ ଅଧିକ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ବ୍ୟବସ୍ଥା କରାହୋଇଛି । ସେହି ଆଶ୍ରୟ ସ୍ଥଳୀ ଗୁଡ଼ିକରେ ସ୍ଥାନାନ୍ତର ହୋଇ ଆସି ରହୁଥିବା ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥା କଣ ରହିଛି କିଭଳି ସେସବୁ କିଭଳି ପରିଚାଳିତ ହେଉଛି ରହୁଥିବା ଲୋକଙ୍କ ବିଷୟରେ ଜାଣିବା ପାଇଁ ଆଜି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଜପତି ଜିଲ୍ଲାର ଗୁମ୍ମା ଓ କାଶୀନଗର ବ୍ଲକ୍‌ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ।

ଏହି ଅବସରରେ ସେ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁରକ୍ଷା, ଖାଦ୍ୟ ଯୋଗାଣ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ।

——————————————

ଗଣେଶ କୁମାର ରାଜୁ ପାରଳାଖେମୁଣ୍ଡି(ଗଜପତି)

——————————————-

You may have missed