October 29, 2026

ରାହାମା ର ଏକ ବେଆଇନ ବାଣ ଦୋକାନ କୁ ସିଜ କଲା ତିର୍ତ୍ତୋଲ ପୋଲିସ , ଦୋକାନୀ ଫେରାର

IMG-20261029-WA0178
Share

 

ତିର୍ତୋଲ :-ତା- ୨୮/୧୦/୨୬,

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ତିର୍ତ୍ତୋଲ ଥାନା ଅଧୀନ ରାହାମା ତାଳପଡା ବଜାର ଅନ୍ତର୍ଗତ ଗଙ୍ଗାଧରପୁର ଜଗନ୍ନାଥ ମନ୍ଦିର ନିକଟସ୍ଥ ଫର୍ନିଚର ଦୋକାନ ସାଇଡ ରେ ଥିବା ଏକ ବାଣ ଦୋକାନରେ ବେଆଇନ ଭାବେ ରଖାଯାଇଥିବା ୪୦ କାର୍ଟୁନ ବିଭିନ୍ନ କିସମର ବାଣ କୁ ଆଜି ୧୨:୫୬ ମିନିଟ ସମୟରେ ତିର୍ତ୍ତୋଲ ପୋଲିସ, କୁଜଙ୍ଗ ଅତିରିକ୍ତ ତହସିଲଦାର ବ୍ୟୋମକେଶ ପ୍ରଧାନ ଙ୍କ ଉପସ୍ଥିତିରେ ଜବତ କରିଛି । ଜବତ ହୋଇଥିବା ବାଣ ମଧ୍ୟରୁ ୩୦ ଟି ବଡ଼ କାର୍ଟୁନ ହୋଇଥିବା ବେଳେ, ୧୦ ଟି ସାନ କାର୍ଟୁନ । ବିଭିନ୍ନ ବାଣ ମଧ୍ୟରୁ ଫୁଲଝରି, ଫୋଟକା, ରକେଟ, ବମ୍, ଚକ୍ରୀ, ରଙ୍ଗୋଲି, ଝର୍ଝରି ଆଦି ୧୬୯ ପ୍ରକାରର ବାଣ ଜବତ କରିବା ସହିତ ଦୋକାନ କୁ ସିଜ କରାଯାଇଛି । ଜବତ ବାଣ ର ମୂଲ୍ୟ ପ୍ରାୟ ୫ ଲକ୍ଷ ରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ବେଆଇନ ଭାବେ ରଖିଥିବା ବାଣ ଦୋକାନୀର ନାମ ଶିବାଶିଷ ବସନ୍ତିଆ (ଶିବୁ) ପିତା-ମାଗୁଣି ବସନ୍ତିଆ, ଗ୍ରାମ- ତାଳପଡା,ଥାନା- ତିର୍ତ୍ତୋଲ, ସାଇଲୋ ପଞ୍ଚାୟତ ହୋଇଥିବା ବେଳେ, ଗଙ୍ଗାଧରପୁର ଗ୍ରାମର ଜଗନ୍ନାଥ ମନ୍ଦିର ନିକଟ ଦୋକାନରେ ବାଣ ଗୁଡିକ ରଖିଥିବାର ଜଣା ପଡିଥିଲା। ପୋଲିସ ଚଢ଼ାଉ କରି ବାଣ ଜବତ କରିବା ସମୟରେ ଆସାମୀ ଘଟଣା ସ୍ଥଳରୁ ଧରାପଡି ନଥିବାରୁ ତିର୍ତ୍ତୋଲ ପୋଲିସ କେସ ନଂ- ୪୭୬/୨୮/୧୦/୨୬, U/S ୨୮୭/୨୮୮ BNS,r/w sec.9B(1)(a) Ex.plo. Act. ୧୮୮୪/sec 3/,4,/5,(a) Ex. Plo. Sub. Act. 1908 ଅନୁସାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁ ରହିଛି ।

You may have missed