ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଚମକିବ ଗଞ୍ଜାମ ମିନି ଷ୍ଟାଡିଅମ*

IMG-20230822-WA0021
Share

*ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଚମକିବ ଗଞ୍ଜାମ ମିନି ଷ୍ଟାଡିଅମ*
====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହରରେ
31 ଅଗଷ୍ଟ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆସନ୍ତା 27 ରେ ରବିବାର ଦିନ ଏକ ବନ୍ଧୁତ୍ୱ ପୂର୍ଣ ଟ୍ୱଣ୍ଟି ଟ୍ୱଣ୍ଟି କ୍ରିକେଟ ମ୍ୟାଚ ପ୍ରଶାସନ ଏକାଦଶ ସହ ପ୍ରେସ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ l ଏନଏସି ପ୍ରଶାସନ ଏହାର ଆୟୋଜନ ହୋଇଛି l ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଏନଏସି ଇଓ ଅବିନାଶ ମିଶ୍ରଙ୍କ ଅଧକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା l ଏଥିରେ ଏନଏସି ତହସିଲ ବ୍ଲକ ଓ ପୋଲିସ ପ୍ରଶାସନ ମିଶିକି ଅଂଶ ଗ୍ରହଣ କରିବେ l ଗଞ୍ଜାମ ପ୍ରେସ କ୍ଳବ ଓ ମିଡ଼ିଆ ହାଉସ ମିଳିତ ଭାବେ ପ୍ରଶାସନକୁ ମୁକାବିଲା କରିବା ପାଇଁ ନିସ୍ଵତୀ ନିଆଯାଇଥିଲା l ଉକ୍ତ 20-20 କ୍ରିକେଟ ମ୍ୟାଚ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେବ l ଏଥିପାଇଁ ତହସିଲଦାର ଅରୁଣ କୁମାର ନାୟକ
ଓ ବ୍ଲକ ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନ ସହମତି ପ୍ରକାଶ କରିଛନ୍ତି l ଉଭୟ ପ୍ରଶାସନ ଓ ମିଡ଼ିଆ ଗୋଟିଏ ଦିନ ମଧ୍ୟରେ 15ଜଣିଆ ଟିମ ଚୟନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି l ଏହି ପ୍ରସ୍ତୁତି ବୈଠକରେ ଶବର କୁମାର ତରାଇ, କୃଷ୍ଣ ଚନ୍ଦ୍ର ପ୍ରଧାନ, ଉମାକାନ୍ତ ବେହେରା, ବିଦ୍ୟାଧର ସାହୁ, ଶିବାନନ୍ଦ ପଲାଇ,ପ୍ରଦୀପ କୁମାର ପଣ୍ଡା, କୃଷ୍ଣ ଚନ୍ଦ୍ର ଦାଶ ଉପସ୍ଥିତ ଥିଲେ ଏବଂ କ୍ରିକେଟ ମ୍ୟାଚକୁ ଆକର୍ଷଣୀୟ କରିବା ନେଇ ନିଜ ନିଜ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ l