June 2, 2024
Share

ହୁସିଆର ବୁଲୁଛି ମହାବଳ ବାଘ

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଜଙ୍ଗଲରେ ବୁଲୁଛି ମହାବଳ ବାଘ । ବେଳେ ବେଳେ ରାସ୍ତା ଉପରକୁ ବି ଆସି ଚଳପ୍ରଚଳ କରୁଛି । ଏନେଇ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମ ରେ ଭାଇରଲ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା ଗୁଣୁପୁର ନିକଟବର୍ତ୍ତୀ ଓଡିଶା ଆନ୍ଧ୍ର ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ଭାମିନି ମଣ୍ଡଳ ଅଞ୍ଚଳରେ ଏକ ମହାବଳ ବାଘ ଦେଖିବାକୁ ମିଳିଛି । ଖବରପାଇ ସେଠାକାର ବନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ କରାଯାଇଛି । ଲୋକଙ୍କୁ ଜଙ୍ଗଲ ଭିତରକୁ ନ ଯିବା, ଗୃହପାଳିତ ପଶୁପକ୍ଷୀ ଙ୍କୁ ନ ଛାଡିବା ପାଇଁ କୁହାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଗୁଣୁପୁର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଓଡିଶା କୁ କୌଣସି ବିପଦ ନ ଥିବା ଓ ସୀମାନ୍ତ ରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଗୁଣୁପୁର ଡେପୁଟି ରେଞ୍ଜର ନୀଳମାଧବ ପାଢ଼ୀ ସୂଚନା ଦେଇଛନ୍ତି ।