April 27, 2026

ପ୍ରଧାନ ଶିକ୍ଷୟତ୍ରୀ ଙ୍କ ମନମୁଖୀ କାର୍ଯ୍ୟ ର ତଦନ୍ତ ଦାବୀ ଯୋର ଧରିଛି …

IMG-20241020-WA0031
Share

ଗୁଣପୁର(ସୁରେନ୍ଦ୍ର ମହାନ୍ତି )ପଗଡବିଲୀ ଅନ୍ତେବାସୀ ଛାତ୍ରୀ ମାନଙ୍କୁ ଦୁର୍ବ୍ଯବହାର କରିବା ଘଟଣା ର ଗୁମର ଖୋଲିବାରେ ଲାଗିଛି। ବିଭିନ୍ନ ଛାତ୍ରୀଙ୍କ ପରେ ନିଜ ନାମକୁ ଗୋପନ ରଖି ବିଦ୍ୟାଳୟ ର କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ଯ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ରେ କହିବାର ଆରମ୍ଭ କରିଲେଣି। ଏଭଳି କି ପ୍ରଧାନ ଶିକ୍ଷୟିତ୍ରୀ ମୋହନ ସରକାର ଓ ମନ୍ତ୍ରୀ ଗଣ୍ଡ ମଧ୍ଯ ତାଙ୍କୁ ନିଜ ଭେନିଟି ରେ ଧରି ବୁଲୁଥିବା କହିବା କଥା ହାସ୍ୟସ୍ପଦ ଅଟେ। ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ହିନ୍ଦୀ ରେ ଡ଼ାଇଲଗ୍ ମାରି ମେ ମଗର ମଛ୍ଛ ହୁଁ ସବକୋ ଖା ଯାଉଁଙ୍ଗି ବୋଲି ଧମକାଉ ଥିବା ଘଟଣା ବାହାରେ ଚର୍ଚ୍ଚା ଜୋର୍ ଧରିଛି ବିଭିନ୍ନ ମିଡିଆ ରେ ପ୍ରକାଶ ପାଇବା ପରେ ବି କାହା ବଳ ରେ ବଳିୟାନ ହୋଇ ଏବଂ କେଉଁ ଅଧିକାରୀ ଙ୍କ ଛତ୍ର ଛାୟା ରେ ପ୍ରଧାନ ଶିକ୍ଷୟିତ୍ରୀ ତରଙ୍ଗ ମୟୀ ମିଶ୍ର ମହୋଦୟା ଏଭଳି ଗର୍ଜନ କରୁଛନ୍ତି ବୋଲି ସାଧାରଣରେ ବିସ୍ମୟ ପ୍ରକାଶ କରିଛି। ଛାତ୍ରୀ ମାନେ କରିଥିବା ଅଭିଯୋଗର ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭରତ ଭୂଷଣ ବିଶ୍ଵାଳ ତତ୍କାଳୀନ ଭିତରେ କୌଣସି ବିହିତ ପଦକ୍ଷେପ କାହିଁକି ଗ୍ରହଣ କରୁନାହାଁନ୍ତି ଓ ଜିଲ୍ଲା ମଙ୍ଗଳ ଅଧିକାରୀ କେଉଁ ଚାପରେ ବସବତି ହୋଇଛନ୍ତି ତାହା ଏବେ ବେଶ୍ ଚର୍ଚ୍ଚା ର ବିଷୟ ହୋଇଛି। ଅନ୍ୟପକ୍ଷରେ କର୍ମଚାରୀ ମାନଙ୍କ ଏହି କଥା ପଦାକୁ ଆସିବା ପରେ ଅଭିଭାବକ ମାନେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଏହି ତଦନ୍ତ ର ପରିସର ଭୁକ୍ତ କରିବାକୁ ଦାବୀ କରିଛନ୍ତି।