June 8, 2026

ବୁଗୁଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ

IMG-20241020-WA0033
Share

 

ବୁଗୁଡ଼ା : ତା ୨୦/୧୦/୨୪ : ବୁଗୁଡ଼ା ଅଞ୍ଚଳରେ ଚଳିତ

ବର୍ଷ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ କୁମାର ପୂର୍ଣ୍ଣିମା ଦିନରୁ ଅନୁଷ୍ଠିତ ହୋଇଆସୁଥିଲା ବେଳେ ଦୈନିକ ସନ୍ଧ୍ୟାରେ ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ସାଙ୍ଗକୁ ନାନା ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପଦାର୍ଥ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଉଥିଲା। ତେବେ ଆଜି ପଞ୍ଚମ ଦିନରେ କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ମଧ୍ୟ ବିଭିନ୍ନ ପୂଜା କମିଟି ପକ୍ଷରୁ ଜାକଜମକରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ବୁଗୁଡା ସହରର ହାଇସ୍କୁଲ ଛକ, ବଡଦାଣ୍ଡ ସାହି ଓ ବ୍ଲକ ଛକ ପୂଜା କମିଟି ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ମେଢ ଗୁଡିକର ବିସର୍ଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାଦ୍ୟ ବାଜଣା ଓ ନାନା ବେଶ ପଟୁଆର ସହ ବାଣ ଫୁଟାଇ ମା’ଙ୍କୁ ଶୋଭାଯାତ୍ରାରେ ବିଦାୟ ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା ।

You may have missed