August 25, 2026

ଶ୍ରାବଣୀ ମହୋତ୍ସବର ସତାଇଶ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

IMG-20260825-WA0054
Share

 

 

ପଦ୍ମପୁର : ୨୫/୮ (ଜୟନ୍ତ କୁମାର ସେଠ) ପଦ୍ମପୁର ଉପଖଣ୍ଡ ଖଳିଆପାଲି ପଞ୍ଚାୟତ ଅନ୍ତର୍ଗତ ଦେୱାନଡିହି ସ୍ଥିତ ଉଭା ଶିବ ମନ୍ଦିର ଠାରେ ଆସନ୍ତା ଶ୍ରାବଣ କୃଷ୍ଣ ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ମହୋତ୍ସବ ଆଜି ସତାଇଶ ଦିନରେ ପହଞ୍ଚିଛି । ପଦ୍ମପୁର ଥାନାପଡ଼ା ନିବାସୀ ସୁଶୀଲ କୁମାର ସାହା ଧର୍ମପତ୍ନୀ କାଦମ୍ବିନୀ ସାହା କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶାହାଡ଼ା ଗଛ, ଡ଼ାଳିମ୍ବ ଚାରା, ଅଳା ଚାରା, ମାୟା ଚାରା, ବିଭିନ୍ନ ଫୁଲ ଗଛ ସମେତ ୨୭ ପ୍ରକାରର ଗଛ ରୋପଣ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ପୂଜକ ପୁର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ସର୍ବ ପ୍ରଥମେ ଅଖଣ୍ଡ ଦୀପ ପୂଜା କରିଥଲେ । ଏହାପରେ ବିଧିବଦ୍ଧ ଭାବରେ ବ୍ରାହଣ ବରନ, ଗୋପୂଜା, ମାତୃପୂଜା, ଗୁରୁପୂଜା, ମହାମୃତ୍ୟୁଞ୍ଜୟ ଜପ ଓ ରୁଦ୍ରାଭିଷେକ ସଂପନ୍ନ ହୋଇଥିଲା । ପଣ୍ଡିତ ବାଞ୍ଛାନିଧି ଷଡ଼ଙ୍ଗୀ, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ସୁକନ୍ଧ ପୁରୋହିତ, ପିଙ୍କୁ ହୋତା, ଡୋଲାମନି ଦାଶ, ହେମନ୍ତ ଷଡ଼ଙ୍ଗୀ, ପ୍ରମୁଖ ପଣ୍ଡିତ ବିହିତ ପୂଜା, ହୋମ ଜପରେ ସହଯୋଗ କରିଥିଲେ । ପରିଶେଷରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ଦିଆଯାଇଥିଲା ।